Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହରିଣା ପାଲି ହତ୍ୟାକାଣ୍ଡ ଘଟଣା ରେ ଅଭିଯୁକ୍ତ ସାନଭାଇ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ତଥା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିଣାପାଲି ଗ୍ରାମରେ କାଠ ଫାଳିଆରେ ପିଟି ମଝିଆ ଭାଇକୁ ହତ୍ୟା ଘଟଣାରେ ଅଭିଯୁକ୍ତ ସାନଭାଇକୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି । ଜାମିନ ନାମାଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ସୋମବାର ଅପରାହ୍ନରେ ହରିଣାପାଲି ଗ୍ରାମର ଗଜାନନ ଗାଈଗରିଆ (୩୫) ଏବଂ ତାଙ୍କ ସାନ ଭାଇ ବସୁଦେବ ଗାଈଗରିଆ (୩୦)ଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ବସୁଦେବ ଏଥିରେ ଉଦକ୍ଷିପ୍ତ ହୋଇ ଏକ କାଠ ଫାଳିଆରେ ଗଜାନନଙ୍କ ମୁଣ୍ଡରେ ପ୍ରହାର କରିଥିଲେ । ଫଳରେ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ସହିତ ଘଟଣାସ୍ଥଳରେ ଗଜାନନଙ୍କ ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡ ପରେ ବସୁଦେବ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏନେଇ ମୃତ ଗଜାନନଙ୍କ ସ୍ତ୍ରୀ ଗିତାଞ୍ଜଳୀ ଗାଈଗରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଜମି ବାଡି କୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଲାଗି ରହୁଥିବା ବେଳେ ଏହାକୁ ନେଇ ମୋର ସ୍ୱାମୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବୀରମହାରାଜପୁର ଥାନାରେ ୧୧୭/୨୬ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ସାଇଂଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ମାଡ ମାରିଥିବା କାଠ ଫାଳିଆ ସମେତ ବିଭିନ୍ନ ନମୂନା ସଙ୍ଗ୍ରହ କରାଯାଇଥିଲା । ଏଥିସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ପୁଲିସ ବିଭିନ୍ନ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢଉ କରୁଥିବା ବେଳେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ ବୀରମହାରାଜପୁର – ସୁବଳୟା ରାସ୍ତାରୁ ବସୁଦେବକୁ ଗିରଫ କରିଥିଲା । ମୃତକଙ୍କ ଶବ ଗାଁରେ ପହଂଚିବା ପରେ ଏକ ଶୋକାଖୁଳ ପରିବେଶ ଭିତରେ ଶବ ସଂସ୍କାର କରାଯାଇଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ