ବାଇକ୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଉଲୁଣ୍ଡା ପୋଲିସ 5.1 କେ. ଜି. ଗଞ୍ଜେଇ ଜବତ କରିବା ସହ ଗିରଫ କରିଛି 2 ଜଣ ଙ୍କୁ
ଉଲୁଣ୍ଡା, : ବାଇକ ଯୋଗେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ପୁଲିସ ଚଢଉ କରି ୫ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସ୍ଥାନୀୟ ଫାୟାର ଷ୍ଟେସନ ଛକରେ ଉକ୍ତ ବାଇକ ଅଟକାଇ ଚଢଉ କରିଥିଲା । ଚଢଉ ବେଳେ ତାଙ୍କ ଠାରୁ ଗଞ୍ଜେଇ ଭର୍ତି ଏକ ବ୍ୟାଗ ଜବତ ହୋଇଥିଲା । ଏଥିସହ ବାଇକରେ ଥିବା ବୀରମହାରାଜପୁର ଥାନା କୋଟସମଲେଇ ଗାଁର ଶେଷଦେବ ପଧାନ ଏବଂ ବୌଦ୍ଧ ଜିଲା ତିଲେଶ୍ୱର ଘିମୁହାଁଣ ଗ୍ରାମର ଆକାଶ ନାୟକଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରିଥିଲା । ସୂଚନା ଅନୁସାରେ ଶୁକ୍ରବାର ସକାଳୁ ସୋନପୁର ପଟରୁ ଏକ ବାଇକ ଯୋଗେ ସମ୍ବଲପୁର ପଟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ ସୂଚନା ପାଇଥିଲା । ସେମାନଙ୍କୁ କାବୁ କରିବା ପରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ନିରଞ୍ଜନ ଧଳଙ୍କ ଉପସ୍ଥିତରେ ଗଞ୍ଜେଇକୁ ଓଜନ କଲାପରେ ୫ କେଜି ୧୦୦ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା ।

