ଗାଁ ମସାଣି ପାଇଁ ଏକାଠି ହେଲେ ବ୍ରାହ୍ମଣ ସମାଜ ଓ ଗ୍ରାମବାସୀ
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମା ସ୍ଥିତ ମସାଣି ଉନ୍ନତି କରଣ ପାଇଁ ଏକାଠି ହୋଇ ବ୍ରାହ୍ମଣ ସମାଜ ଓ ଗ୍ରାମବାସୀ ତହସିଲଦାର , ବ୍ଲକ୍ ପ୍ରଶାସନ ଏବଂ ସରପଞ୍ଚ ଙ୍କୁ ସାକ୍ଷାତ କରି ଲିଖିତ ଦାବିପତ୍ର ସହ ସମସ୍ୟା ଦୃଷ୍ଟି ଆକର୍ଷଣ କରିଛନ୍ତି । ସୂଚନା ଅନୁଯାଇ ବ୍ଲକ୍ ସଦର ମହକୁମାର ଟେଲିକମ୍ ଅଫିସ୍ ପଛ ପଟରେ ରହିଥିବା ମସାଣି ର ଅବ୍ୟବସ୍ଥା ଏବଂ ଲୋକଙ୍କ ପାଇଁ ଆବଶ୍ୟକତା ସମ୍ପର୍କରେ ବ୍ଲକ୍ ପ୍ରଶାସନ ଅବଗତ ରହିଥିଲେ ମଧ୍ୟ ଏଥିରେ କୈଣସି ଆଖି ଦୃଷ୍ଟିଆ ପଦକ୍ଷେପ ନେବା ପାଇଁ ଆଗ୍ରହ ପ୍ରକାଶ କରୁ ନଥିବା ସହ ସାଂସଦ , ବିଧାୟକ , ସମିତି , ପଞ୍ଚାୟତ ପରି ବ୍ୟବସ୍ଥା ରେ ନିଜସ୍ଵ ଅନୁଦାନ ରହିଥିଲେ ମଧ୍ୟ ଏହାବି କାର୍ଯ୍ୟକାରୀ ହେଉନାହିଁ । ଯେଉଁଥି ପାଇଁ କି ବ୍ରାହ୍ମଣ ସମାଜ ର ଆହ୍ୱାନ କ୍ରମେ ତହସିଲ କାର୍ଯ୍ୟାଳୟ ରେ ଉକ୍ତ ସମାଜ ସହ ଗ୍ରାମବାସୀ ଏକାଠି ହୋଇ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଙ୍କୁ ସାକ୍ଷାତ କରି ଉପରୋକ୍ତ ଅଫିସ ପଛପଟେ ରହିଥିବା ମସାଣି ର ଜାଗା ଚିହ୍ନଟ କରିବା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଅନୁରୂପ ବ୍ଲକ୍ ପ୍ରଶାସନ ଏବଂ ସରପଞ୍ଚ ଆଲମେ ଫୁଲ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରି ମସାଣି ର ପାରିପାର୍ଶ୍ବିକ ଉନ୍ନତି କରଣ ପାଇଁ ଅବଗତ କରାଇଥିଲେ । ଏହିପରି କି ଉକ୍ତ ଟେଲିକମ୍ ଅଫିସ୍ ପଛପଟେ ରହିଥିବା ସରକାରୀ ଖାତା ନଂ ୨୧୩ ପ୍ଲଟ୍ ନଂ ୪୬୭ , ରେ ରହିଥିବା ( ୧୧ ଡିସିମିଲ୍ ) ଜମିକୁ କିଛି ଲୋକ ନିଜର ବୋଲି ଦାବି କରୁଥିବା ବେଳେ ମସାଣି ର ଉନ୍ନତି କରଣ ହୋଇ ପାରୁନଥିବା ବେଳେ ବ୍ଲକ୍ ସଦର ମହକୁମାରେ କେହି ମୃତ୍ୟୁବରଣ କରି ଯାଉଥିଲେ ଅନେକ ସମସ୍ୟା ର ସମୁଖିନ ହେବା କୁ ପଡୁଛି । ଯାହାକି ମସାଣି କୁ ଯିବା ପାଇଁ ରାସ୍ତା ଟିଏ ନଥିବା ବେଳେ ଶବ ସତ୍କାର ପରେ ଆବଶ୍ୟକ ପଡୁଥିବା ବିଭିନ୍ନ କାର୍ଯ୍ୟ ଯଥା ପାଣି , ଆଶ୍ରୟ ନେବା ପାଇଁ ଘର ପ୍ରମୁଖ ବ୍ୟବସ୍ଥା ପାଇଁ ପୁର୍ବରୁ ବ୍ଲକ୍ ପ୍ରଶାସନ କୁ ଅନେକ ଥର ଲିଖିତ ଦୃଷ୍ଟି ଆକର୍ଷଣ କରିବା ସ୍ୱତେ ବର୍ତ୍ତମାନ ଯାଏଁ କୈଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ । ଉପରୋକ୍ତ ଦୁଇ ପ୍ରଶାସନିକ ଅଧିକାରୀ ଏବଂ ସରପଞ୍ଚ କୁ ଦାବିପତ୍ର ପ୍ରଦାନ ସମୟରେ ବ୍ରାହ୍ମଣ ସମାଜର ସଭାପତି ସୁଶୀଲ ରଥ , ଉପ ସଭାପତି ପୁର୍ଣ୍ଣଚନ୍ଦ୍ର ପଣ୍ଡା ଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିବା ବେଳେ ଗ୍ରାମବାସୀ ଙ୍କ ମଧ୍ୟରୁ କୃଷ୍ଣ ସାହାଣୀ , ମନୋଜ ଦାସ , ଶରତ କୁମାର ଧଳ , କେ ଜୟ ପ୍ରକାଶ , ନିଳ ଚକ୍ର ପଣ୍ଡା , କିରଣ ଚୈଉଧିରୀ , ପଞ୍ଚାନନ ବେହେରା , ପ୍ରତାପ ଚୈଉଧିରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

