Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଗଡ଼ ଗାଁ ମଝି ରାସ୍ତା କଡ଼ରେ ମୁକୁଳା ପଡିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର; ସୁରକ୍ଷା ବାଡ଼ ନିର୍ମାଣ ଦାବି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ନୂଆଁଗଡ ଗାଁ ମଝିରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ମୁକୁଳା ଅବସ୍ଥାରେ ରହିଛି । ବିପଦ ସଙ୍କୁଳ ଅବସ୍ଥାରେ ଏଣେତେଣେ ବିଦ୍ୟୁତ ତାର ତଳକୁ ଝୁଲି ରହିଛି।‌ ବିଭିନ୍ନ ସମୟରେ ଗ୍ରାମର‌ ଗାଈ ଗୋରୁ, ଛେଳି ମେଣ୍ଢା ଏହି ରାସ୍ତା ଦେଇ ଯିବା ଆସିବା କରିବା ସଙ୍ଗେ ଚରା ବୁଲା ମଧ୍ୟ କରିଥାନ୍ତି। ଟ୍ରାନ୍ସଫର୍ମର ଟି ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ରହିଥିବା ବେଳେ ‌ଏହା ପାଖରେ ଛୋଟ ଛୋଟ ଛୁଆମାନେ ମଧ୍ୟ ଖେଳ କୁଦ କରୁଥିବା ଗ୍ରାମବାସୀ କୁହନ୍ତି । କିଛି ଦିନ ଆଗରୁ ଏଠାରେ ଏକ ଗାଈ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛି l ଏଠାରେ ସୁରକ୍ଷା ବାଡ ପାଇଁ ବହୁ ବାର ବିଦ୍ୟୁତ ବିଭାଗର କର୍ମଚାରୀ ଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନାହିଁ। ଏଣୁ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା କୁ ଗ୍ରାମବାସୀ ଦାବି କରନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ