Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶାରେ ପ୍ରବଳ ଅଗ୍ନିବର୍ଷା, ଗାଁ ନଦୀରେ ହାତୀଙ୍କ ଜଳକ୍ରୀଡା

ସମ୍ବଲପୁର:ପଶ୍ଚିମ ଓଡ଼ିଶାରେ ନିଆଁରେ ଖଇ ଫୁଟୁଛି। ମାଟିରୁ ଆକାଶ ପ୍ରବଳ ଗରମ। ନିଆଁବର୍ଷାରେ ପ୍ରାଣୀର ଜୀବନ କଲବଲ ହୋଇଯାଉଛି। ସେଥିରେ ପୁଣି ଦାଉ ସାଧୁଛି ଘନ ଘନ ବିଜୁଳି ବିଭ୍ରାଟ।
ଏବେର ସ୍ଥିତି ଦେଖିବାକୁ ଗଲେ ପାରଦ ଦିନକୁ ଦିନ ଉପର ମୁହାଁ ହେଉଛି।ପାରଦ ୪୦°ରୁ ୪୫.୫° ମଧ୍ୟରେ ଘୂରୁଛି।ଝାରସୁଗୁଡ଼ା ୪୫.୫°, ସମ୍ବଲପୁର ୪୪.୬°, ବଲାଙ୍ଗୀର ୪୪.୬°, ହୀରାକୁଦ ୪୪.୫° ରେକର୍ଡ ହୋଇଛି।ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ନୟାଗଡ଼କୁ ଅରେଞ୍ଜ ୱାର୍ଣିଂ ଜାରି କରିଛି ପାଣି ପାଗ ବିଭାଗ।ସେହିପରି ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ସୁନ୍ଦରଗଡ଼, ଅନୁଗୋଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଯୋଗୁଁ ଜନଜୀବନ କେବଳ ନୁହେଁ, ବରଂ ପ୍ରାଣୀ ଜଗତରେ ମଧ୍ୟ ପଡିଛି ଏହାର ବଡ଼ ପ୍ରଭାବ। ବଣ ଜଙ୍ଗଲରେ ପାଣିର ଘୋର ଅଭାବ ଯୋଗୁଁ ବନ୍ୟ ପ୍ରାଣୀ ଏବେ ଗାଁ ମୁହାଁ ହୋଇଛନ୍ତି।ଜୁଯୋମୁରା ବ୍ଲକର ବାହାମ ଓ ବଡତୁରାଙ୍ଗ ଗାଁରେ ନଦୀ ନାଳରେ ହାତୀଙ୍କ ଜଳକ୍ରୀଡା ଦେଖି ଲୋକେ ଭୟଭୀତ ହେଲେଣି। ପଙ୍କ ମାଟିରେ ଲୋଟିଛନ୍ତି ଜଙ୍ଗଲୀ ବାରହା। ଏଭଳି ଦୃଶ୍ୟ ସମ୍ବଲପୁର ଜିଲ୍ଲାର ଜୁଯୁମୁରା, ରେଢ଼ାଖୋଲ, ନକଟିଦେଉଳ, ବାମରା ପ୍ରଭୃତି ଅଞ୍ଚଳରେ ଏବେ ଦେଖିବାକୁ ମିଳୁଛି।
ଆଗକୁ ଆସନ୍ତା ୪ ଦିନ ଗ୍ରୀଷ୍ମ ଲହରୀ ଜାରି ରହିବ। ପଶ୍ଚିମ ଓଡ଼ିଶାରେ ଦିନ ତାପମାତ୍ରା ୪୬° ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।ସପ୍ତାହେ ଯାଏଁ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତନ ଆସିବାର ସମ୍ଭାବନା ନାହିଁ ବୋଲି ଏହି ତଥ୍ୟରୁ ଜଣାପଡିଛି।ଜୁନ ଦ୍ବିତୀୟ ସପ୍ତାହ ଯାଏଁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁଁ ତାତି ଅଧିକ ରହିପାରେ ବୋଲି ଅନୁମାନ କରାଯାଉଛି।ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ-ଦୁଇଟି ସ୍ଥାନରେ କାଳବୈଶାଖୀ, ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ବର୍ଷା ପରେ ୨-୩° ତାତି କମିବା ସମ୍ଭାବନା ରହିଛି।
ମୋଟାମୋଟି ଜୁନ ମଝି ଯାଏଁ ପଶ୍ଚିମ ଓଡ଼ିଶାକୁ ତାତିରୁ ବଡ଼ ଆଶ୍ବସ୍ତି ମିଳିବା ସମ୍ଭାବନା କାମ୍ ରହିଛି । ମୌସୁମୀ ଆସିଲେ ଯାଇ ସ୍ଥିତି ବଦଳିବ।ଫଳରେ ପଶ୍ଚିମ ଓଡ଼ିଶାରେ ତାତି ପାଇଁ ଜନଜୀବନ ସହିତ ଜୀବନ ଜୀବିକା ଖୁବ୍ ପ୍ରଭାବିତ ହେଉଥିବା ଦେଖାଦେଇଛି।ଅଗ୍ନିବର୍ଷା ଯୋଗୁଁ ରାସ୍ତା ଘାଟ ଏବେ ଶୂନଶାନ୍ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ