କେନଝରିଆପାଲି ପଞ୍ଚାୟତ ପ୍ରିମିୟର ଲିଗ କ୍ରିକେଟ ଉଦଘାଟିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କଦଳୀପାଳି ଖେଳ ପଡ଼ିଆ ରେ ହେଉଥିବା ପ୍ରଥମ କେନଝିରିଆପାଲି ପ୍ରିମିଅର ଲିଗ୍ କ୍ରିକେଟ ମଙ୍ଗଳବାର ଉଦଘାଟିତ ହୋଇଯାଇଛି l ଉଦଘାଟନୀ ଉତ୍ସବ ରେ ଯୁବ ସମାଜ ସେଵୀ ପିକୁଳଚନ୍ଦ୍ର ପଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମ୍ୟାଚ କୁ ଉଦଘାଟନ କରିଥିଲେ I ପ୍ରଥମ ମ୍ୟାଚ୍ ଏ ୱାନ ଷ୍ଟ୍ରାଇକର ଓ ପଞ୍ଚାୟତ ଟାଇଗର ମଧ୍ୟରେ ହୋଇଥିଲା । ଏଥିରେ ପଞ୍ଚାୟତ ଟାଇଗର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୯ ଉଇକେଟ ହରାଇ ୧୧୭ ରନ କରିଥିଲା। ଜବାବରେ ଏ ୱାନ ଷ୍ଟ୍ରାଇକର ନିର୍ଦ୍ଧାରିତ ୯ ଓଭର ୪ ଟି ବଳ ରେ ୫ ଉଇକେଟ ହରାଇ ୧୧୮ରନ କରି ବିଜୟୀ ହୋଇଥିଲା। ଅପରାହ୍ନ ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ ଟି ଇଲେଭେନ ଷ୍ଟାର ଓ ଷ୍ଟାର ଇଲେଭେନ ମଧ୍ୟରେ ହୋଇଥିଲା। ଏଥିରେ ଇଲେଭେନ ଷ୍ଟାର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୭ ଉଇକେଟ ହରାଇ ୧୦୫ ରନ କରିଥିବା ବେଳେ ଷ୍ଟାର ଇଲେଭେନ ୭. ଓଭର ୨ ବଳ ରେ ୫ ଉଇକେଟ ହରାଇ ୧୦୭ରନ କରି ବିଜୟୀ ହୋଇଥିଲା ହୋଇଥିଲା। ପ୍ରଥମ ମ୍ୟାଚ ର ଏ ୱାନ ଷ୍ଟ୍ରାଇକର ଦଳ ର ସୁଦନ ସେଟ ଏବଂ ଦ୍ଵିତୀୟ ମ୍ୟାଚ ବିଜେତା ଦଳ ଇଲେଭେନ ଷ୍ଟାର ର ଶ୍ରବଣ ଜାଲ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ରେ ପୁରସ୍କୃତ କରାଯାଇଥିଲା l ମ୍ୟାଚ ଗୁଡିକରେ ଶୁଭପ୍ରସାଦ ବିଶ୍ଵାଲ ଓ ସିନ୍ଧାନ୍ତ ନାଏକ ଅମ୍ପାୟର , ଭକ୍ତରାମ ଆଡଜୁଆଳି ଅଫ ଲାଇନ ସ୍କୋରିଙ୍ଗ , ଆଲୋକ ପଧାନ ଅନ ଲାଇନ୍ ସ୍କୋରିଙ୍ଗ କରିଥଲେ। କେନଝିରିଆପାଲି ପଞ୍ଚାୟତ ପ୍ରିମିୟର ଲିଗ ସମସ୍ତ ମେମ୍ବର ସହଯୋଗ କରିଥିଲେ l

