ପଟ୍ଟାଙ୍ଗି ବ୍ଲକ୍ ଶିକ୍ଷା ବିଭାଗରେ ଖାଲି ପଡି ରହିଲା ଏବିଓ ପୁରଣ ହେବ କେବେ
ପଟ୍ଟାଙ୍ଗି୨୮/୦୫ରାଜ୍ୟ ସରକାର ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ପରି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା କୁ ଗୁରୁତ୍ୱ ଦିଆ ଯାଉଥିବା କହୁଥିବା ବେଳେ ସୀମାନ୍ତ ବ୍ଲକ୍ ରେ କିପରି ଶିକ୍ଷା ବ୍ୟବସ୍ଥା କୁ ପରିଚାଳନା କରିବା ପାଇଁ ନିଯୁକ୍ତି ଦେଇଥିବା ଶିକ୍ଷା ବିଭାଗର।ନଗ୍ନ ଚିତ୍ର ଦେଖିବା କୁ ମିଳିଛି । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା ବିଭାଗରେ ଅଧିକାରୀ ଙ୍କ ମରୁଡ଼ି ହୋଇଥିବା ସହ ସୀମାନ୍ତ ବ୍ଲକ୍ ରେ ଶିକ୍ଷା ବ୍ୟବସ୍ଥା ପ୍ରତି କାହାରି ଗୁରୁତ୍ୱ ନାହିଁ ବୋଲି ବ୍ଲକ୍ ବାସି ଉଠାଇଛନ୍ତି ଅଭିଯୋଗ । ସୂଚନା ଅନୁଯାଇ ଉକ୍ତ ଗୋଷ୍ଠୀ ଶିକ୍ଷା ବିଭାଗରେ କାର୍ଯ୍ୟରତ ତିନୋଟି ସହକାରୀ ଶିକ୍ଷା ଅଧିକାରୀ ଙ୍କ ମଧ୍ୟରୁ ୨୦୨୫ ଜୁନ ମାସରେ ପଞ୍ଚାନନ ମହାନ୍ତି ଅବରସ ଗ୍ରହଣ କରିଥିଲେ କିନ୍ତୁ ଅନ୍ୟ ଦୁଇ ସହକାରୀ ଶିକ୍ଷା ଅଧିକାରୀ ଯଥା ରଜନୀକାନ୍ତ ବଡ ନାୟକ ୨୦୧୬ ଅକ୍ଟୋବର ମାସରେ ଦାଇତ୍ଵ ଗ୍ରହଣ କରି ଦୀର୍ଘ ୧୦ ବର୍ଷ ଧରି ଦାଇତ୍ଵ ତୁଲାଇ ଆସୁଥିଲେ । ବର୍ତ୍ତମାନ ଉକ୍ତ ଅଧିକାରୀ ଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ୍ କୁ ବଦଳି ହୋଇଥିବା ବେଳେ ଏହାକୁ ପୁଣି ପରିବର୍ତ୍ତନ କରି ନନ୍ଦପୁର ବ୍ଲକ୍ କୁ ସହକାରୀ ଶିକ୍ଷା ଅଧିକାରୀ ଭାବେ ବଦଳି କରାଯାଇଛି । ସେହିପରି ଅନ୍ୟ ଜଣେ ସହକାରୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ୨୦୨୪ ଜାନୁଆରୀ ମାସରେ ଦାଇତ୍ଵ ଗ୍ରହଣ କରି କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ଉକ୍ତ ଅଧିକାରୀ ଜଣକ ଙ୍କୁ ଭଦ୍ରକ ଜିଲ୍ଲା ବଦଳି ହୋଇଛି । ଏହିପରି ସ୍ଥିତିରେ ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା ବିଭାଗରେ ତିନି ତିନୋଟି ସହକାରୀ ଶିକ୍ଷା ଅଧିକାରୀ ପଦ ଖାଲି ପଡି ରହିଥିବା ବେଳେ ତାଙ୍କ ସ୍ଥାନରେ କାହାରି କୁ ନିଯୁକ୍ତି ଦିଆଯାଇନାହିଁ । ସବୁଠାରୁ ବଡ଼ କଥା ହେଲା ପଟ୍ଟାଙ୍ଗି ବ୍ଲକ୍ ଏକ ସୀମାନ୍ତ ହୋଇଥିବା ବେଳେ ଶିକ୍ଷା ବ୍ୟବସ୍ଥା ଅତି ଗୁରୁତ୍ୱପୂର୍ଣ୍ଣ ରହିଛି । ଯାହାକି ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ୧୭୮ ଟି ବିଦ୍ୟାଳୟ ରହିଥିବା ବେଳେ ୧୨ ହଜାର ୭୦୦ ସହ ରୁ ଉର୍ଦ୍ଧ ଛାତ୍ରୀ ଛାତ୍ର ପାଠ ପଢୁଥିବା ସହ କୋଟିଆ , ସୁଙ୍କି , ଅମ୍ପାବାଲି , ତଳଗଲୁରୁ , ସମ୍ବାଇ , ପେଟୁରୁ ପରି ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତ ଗୁଡ଼ିକ ପଡୋଶୀ ଆନ୍ଧ୍ର ସୀମାନ୍ତ ହୋଇଥିଲେ ମଧ୍ୟ ଏଥିପ୍ରତି ଜିଲ୍ଲା ଶିକ୍ଷା ବିଭାଗର ସେପରି କୈଣସି ଆନ୍ତରିକତା ଇଛାଶକ୍ତି ନାହିଁ ଶିକ୍ଷା ବ୍ୟବସ୍ଥା କୁ କିପରି ସୁଧୁରାଯିବ । ଅନ୍ୟପକ୍ଷରେ ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଟି ମିନତୀ ୨୦୨୫ ନଭେମ୍ବର ରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ୦୭ ମାସ ହେଲା ଉକ୍ତ ପଦବୀ ଖାଲି ପଡି ରହିଛି । ଯାହାକି ଜିଲ୍ଲାର ଜଣେ ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କୁ କାମଚଳା ଭାବେ ଦାଇତ୍ଵ ହସ୍ତାନ୍ତର କରି ହାତ ଟେକି ବସିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଚଳିତ ମାସ ୨୫ ତାରିଖରେ ରାଜ୍ୟ ସ୍କୁଲ ମାସ୍ ଏଜୁକେସନ୍ ବିଭଗ ର ପତ୍ର ସଂଖ୍ୟା SME – FE -OES – 0369- 2025 /13238 ଅନୁଯାଇ ରାଜ୍ୟରେ ୬୭ ଜଣ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଅଦଳ ବଦଳ କରାଯାଇଥିଲେ ମଧ୍ୟ ଉକ୍ତ ଚିଠିରେ କୋରାପୁଟ ଜିଲ୍ଲାର ଲମନ୍ତାପୁଟ୍ ଏବଂ ଦଶମନ୍ତପୁର ବ୍ଲକ୍ କୁ ନୂତନ ବିଇଓ ନିଯୁକ୍ତି କରା ଯାଇଥିବା ବେଳେ ପଟ୍ଟାଙ୍ଗି ବ୍ଲକ୍ କୁ ଗୁରୁତ୍ୱ ଦିଆଯାଇ ନାହିଁ । ଏହିପରି ଦୃଶ୍ୟ କୁ ନେଇ ଅଭିଭାବକ ଠାରୁ ଆରମ୍ଭ କରି ଲୋକଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣା କର ଭୁଏ ଙ୍କୁ ଯୋଗାଯୋଗ କରି ଉକ୍ତ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ରୁ ବିଇଓ ଏବିଇଓ ନିଯୁକ୍ତି କରିବା ରାଜ୍ୟ ସରକାରଙ୍କ ଦାଇତ୍ଵ । ପୁଣି ଆହୁରି ଗୋଟିଏ ଅଡର୍ ବାହାରିବା ର ଅଛି ସେଥିରେ ନିଯୁକ୍ତି ଦେଲେ ଦେଇ ପାରନ୍ତି ବୋଲି ଉତ୍ତର ରଖି ଉପରୋକ୍ତ ସମସ୍ୟା କୁ ହାଲୁକା ଭାବେ ଗ୍ରହଣ କରି ନିଜ ମୁଣ୍ଡରୁ ଦାଇତ୍ଵ ହଟାଉ ଦେଇଥିଲେ ।

