ମରାଡୁଗୋଚ୍ଛା ଗ୍ରାମରେ ଅଗ୍ନିକାଣ୍ଡ: ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଘର


ସୁବର୍ଣ୍ଣପୁର: ସୁବର୍ଣ୍ଣପୁରଜିଲ୍ଲା ତରଭା ବ୍ଲକ ମାରାଡୁଗୋଚ୍ଛା ଗ୍ରାମରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଦୁଇ ବଖରା ଖପର ଘର ପୋଡି ଯାଇଛି I ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ରାଜ କିଶୋର ଦଳବେହେରା ସପରିବାର ମନ୍ଦିର ଯାଇଥିଲେ I ଏହି ସମୟରେ ଘରୁ ଧୂଆଁ ବାହାରୁଥିବାର ଦେଖି ଗ୍ରାମବାସୀ
ରାଜ କିଶୋର ଓ ନିକଟସ୍ଥ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ I ଅଗ୍ନିଶ୍ରମ ବିଭାଗ କର୍ମଚାରୀ ମାନେ ଆସି ନିଆଁକୁ ଆୟତ କରିଥିଲେ Iଘରେ ଥିବା ଆବଶ୍ୟକୀୟ ଘର କରଣା ସାମଗ୍ରୀ ସହ ଧାନ, ଚାଉଳ,ମୁଗ, ବିରି ପ୍ରଭୁତି ପୋଡି ନଷ୍ଟ ହୋଇ ଯାଇଛି I ଏହା ପରେ ରାଜ କିଶୋର ଦଳବେହେରା ତରଭା ଆସି ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ତରଭା ବିଡ଼ିଓ, ତହସିଲଦାର, ଓ ବିଦ୍ୟୁତ ବିଭାଗର କନିଷ୍ଟ ଯନ୍ତ୍ରୀ ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଲିଖିତ ଅନୁରୋଧ କରିଥିବାର ଜଣା ଯାଇଛି।