ରାସ୍ତାରୁ ଗଛ କାଟି ସଫା କଲେ ଅଗ୍ନୀଶ୍ରମ କର୍ମଚାରି
 
        କୋରାପୁଟ.୩୦।୦୫ : ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଓ ନାରାୟଣପାଟଣା ଅଞ୍ଚଳରେ ପ୍ରଚଣ୍ଡ ଘଡଘଡି ସହ ପ୍ରବଳ ପବନ ଓ ବର୍ଷା ହୋଇଥିଲା।ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ଜୋଗିପାଲୁର ଗ୍ରାମ ଠାରୁ କିଛି ଦୁରରେ ଏକ ବିରାଟ ବଡ ଗଛ ଉପୁଡି ରାସ୍ତା ଉପରେ ପଡି ଜାଇଥିଲା।ସେହି ସମୟରେ ଲକ୍ଷ୍ମୀପୁର ଓ ନାରାୟଣପାଟଣା ମଧ୍ୟରେ ଜାତାୟତ କରୁଥିବା ଅନେକ ଜାନବାହାନ ଅଟକି ରହିଥିଲେ।ଖବର ପାଇ ନାରାୟଣପାଟଣାର ଅଗ୍ନୀଶ୍ରମ ସେବା କର୍ମଚାରି ମାନେ ଘଟଣା ସ୍ଥଳରେ ପହଁଚି ତୁରନ୍ତ ଗଛ କାଟି ରାସ୍ତା ସଫା କରିବା ପରେ ସବୁ କିଛି ସ୍ଵଭାବିକ ହୋଇଥିଲା।ଅଗ୍ନୀଶ୍ରମ କର୍ମଚାରିଙ୍କ ଏଇ ଭଳୁ ପଦକ୍ଷେପକୁ ସବୁ ମହଲରେ ଏବେ ପ୍ରସଂସା କରାଜାଇଛି।

 
                        
 
                                 
                                 
                                 
                                 
                                