ମହୁଲ ପାଲି ରେ ଅମୃତ ଧାରା ପ୍ରକଳ୍ପ ଅଚଳ ; ପାଣି ଟୋପାଏ ପାଇଁ ଲୋକେ ଡହକ ବିକଳ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ମହୁଲପାଳି ହାଇସ୍କୁଲ ଗେଟ ନିକଟରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡ଼ିଛି। ଫଳରେ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଥିବା ଜଣାପଡିଛି। ଏହା ଅଧିକାଂଶ ସମୟରେ ବନ୍ଦ ହୋଇ ପଡ଼ୁଛି। ଫଳରେ ଲୋକେ ପାଣି ଟିକେ ପାଉ ପାରୁନାହାନ୍ତି ଏହା ବ୍ୟତୀତ ସ୍ଥାନୀୟ ହାଇସ୍କୁଲ ନିକଟରେ ଏହି ପ୍ରକଳ୍ପ ଥିବାରୁ ଛାତ୍ରଛାତ୍ରୀ ମାନେ ମଧ୍ୟ ଏଥିରୁ ପାଣି ବ୍ୟବହାର କରିଥାନ୍ତି। ବାଟୋଇ ମାନେ ମଧ୍ୟ ଏବେ ପାଣି ଟୋପେ ପାଉ ନାହାଁନ୍ତି। ଗ୍ରାମରେ ଏବେ ପାନୀୟ ଜଳ ର ଆବଶ୍ୟକତା ରହୁଥିବା ବେଳେ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଉକ୍ତ ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳିପାରୁ ନାହିଁ। ଏ ନେଇ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଆସନ୍ତାକାଲି ପ୍ରକଳ୍ପ ମରାମତି କରାଯିବାର ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି। ତେବେ ଏହି ଅଚଳ ପ୍ରକଳ୍ପ କୁ ଯଥା ଶୀଘ୍ର ମରାମତି କରି କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି।

