Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଜି ବେଳେ ବଚସାରୁ ଅମାନୁଷିକ କାଣ୍ଡ: ମୃତ ଭାବି କୂଅରେ ଫିଙ୍ଗିଦେଲେ ସାଙ୍ଗମାନେ, ୩ ଗିରଫ

ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳରେ କୂଅ ଭିତରୁ ଚାରି ଦିନ ପରେ ଜୀବନ୍ତ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯିବା ଘଟଣାରେ ପୁଲିସ ବଡ଼ ଖୁଲାସା କରିଛି। ଏହି ମାମଲାରେ ତିନିଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ସମଲେଇପଦର ନର୍ସରୀ ନିକଟସ୍ଥ କୂଅ ପାଖରେ ସମ୍ବଲପୁର ସ୍ପେଶାଲ ସାଇଣ୍ଟିଫିକ୍ ଟିମ୍, ବିଜେପୁର ଓ ପଦ୍ମପୁର ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଘଟଣାସ୍ଥଳରେ ଅପରାଧର ‘ସିନ୍ ରିକ୍ରିଏସନ୍’ କରାଯାଇ ପ୍ରମାଣ ସଂଗ୍ରହ କରାଯାଇଥିଲା।

ବରଗଡ଼ ଏସ୍‌ପି ରବୀନ୍ଦ୍ରନାଥ ଶତପଥିଙ୍କ ସୂଚନା ଅନୁଯାୟୀ, ଗତ ରବିବାର ପଦ୍ମପୁର ଅଞ୍ଚଳର ପୁରେନା ଗ୍ରାମର ୨୦ ବର୍ଷୀୟ ତୁଳସୀରାମ ଭୁଏ ତାଙ୍କ କିଛି ସାଙ୍ଗଙ୍କ ସହ ସମଲେଇପଦର ଜଙ୍ଗଲକୁ ଭୋଜି କରିବା ପାଇଁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଉତ୍ତେଜିତ ହୋଇ କିଛି ଯୁବକ ତୁଳସୀରାମଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ। ପ୍ରବଳ ଆକ୍ରମଣରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ।

ତୁଳସୀରାମଙ୍କୁ ମୃତ ଭାବି ଅଭିଯୁକ୍ତମାନେ ଅପରାଧର ପ୍ରମାଣ ଲୁଚାଇବା ପାଇଁ ତାଙ୍କୁ ଏକ ନିଛାଟିଆ କୂଅ ଭିତରକୁ ଫିଙ୍ଗି ଦେଇଥିଲେ। ତେବେ ଚମତ୍କାର ଭାବେ ସେ କୂଅ ଭିତରେ ଚାରି ଦିନ ଧରି ଜୀବିତ ରହିଥିଲେ ଏବଂ ପରେ ଉଦ୍ଧାର କରାଯାଇଥିଲେ। ଏହି ଘଟଣାରେ ବିଜେପୁର ଅଞ୍ଚଳର ଶକ୍ତି ବେହେରା (୧୯), ତ୍ରିନାଥ ମହାପାତ୍ର (୨୨) ଓ ଅକମଲ ରଜାକ (୨୨)ଙ୍କୁ ପୁଲିସ ଗିରଫ କରିଛି। ଏହାସହ ପଦ୍ମପୁର ଶକ୍ତିନଗର ଅଞ୍ଚଳର ବାବୁଲୁ ମନ୍ହୀରାଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ