Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର:ଶ୍ରମର ମୂଲ୍ୟ ଅମୁଲ୍ୟ

ସମ୍ବଲପୁର:ଆଜି ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର ଆନୁକୂଲ୍ୟରେ ଆୟୋଜିତ ‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି’ ଶିବିରର ନବମ ରବିବାସରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ୨୪ ଟି ବିଦ୍ୟାଳୟର ୫୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଆଜି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରାର୍ଥନାସଭା ପରେ ସ୍ୱଳ୍ପ ସମୟ ପାଇଁ ଯୋଗଗୁରୁ ଡାକ୍ତର ଜୟଦେବ ମେହେର
ଉପରେ ଆଲୋଚନା କରି କେତେକ ସାଧାରଣ ଭାବରେ କରିହେଉଥିବା ଯୋଗାସନ ଶିକ୍ଷା ପ୍ରଦାନ କରିଥିଲେ।
ପ୍ରଥମ ଅଧିବେଶନରେ ‘ଜୀବନ କୌଶଳ ଶିକ୍ଷା’ ଅନ୍ତର୍ଗତ’ ସାମାଜିକ ଜୀବନରେ ‘ଶ୍ରମର ମୂଲ୍ୟ’ ଏବଂ ଶ୍ରମିକମାନଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ଉପରେ ବିଶିଷ୍ଟ ସମାଜସେବୀ ସରୋଜ କୁମାର ମହାନ୍ତି ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ।
ଦ୍ଵିତୀୟ ଅଧିବେଶନରେ ଜଣାଅଜଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀ ଶିବ ଶଙ୍କର ଷଡ଼ଙ୍ଗୀ ପରିଚାଳନା କରିଥିଲେ।ଆଜି ଏହି ଯୁବ ପ୍ରସ୍ତୁତି ଶିବିରରେ ଅଂଶଗ୍ରହଣ କରୁଥିବା ଶିବିରାର୍ଥୀମାନଙ୍କୁ ଭାରତୀୟ ଜୀବନ ବୀମା ନିଗମ,ସମ୍ବଲପୁର ତରଫରୁ ସିନିୟର୍ ଡିଭିଜନାଲ୍ ମେନେଜର୍ ରବି ନାରାୟଣ ପୂଜାରୀ, ମାର୍କେଟିଙ୍ଗ୍ ମେନେଜର୍ ପ୍ରଭାତ କୁମାର ପୃଷ୍ଟି ଏବଂ ସୁଭ୍ରାଂଶୁ ଶେଖର ହୋତା,ମେନେଜର୍ (ସେଲ୍ସ୍) ଉପସ୍ଥିତ ରହି ସ୍କୁଲ ବେଗ୍ ପ୍ରଦାନ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର ସଭ୍ୟ-ସଂପାଦକ ରଘୁନାଥ ମିଶ୍ର,ନିରୂପମା ବଡ଼ପଣ୍ଡା,ଶ୍ରୀମତୀ ନିଳେନ୍ଦ୍ରୀ ପଣ୍ଡା, ଅଶୋକ କୁମାର ମିଶ୍ର, ପୃଥ୍ଵୀରାଜ ମିଶ୍ର ଆଦି କର୍ମକର୍ତ୍ତା ଉପସ୍ଥିତ ରହି ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମ-ସଂଯୋଜକ ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଗ୍ରନ୍ଥାଗାରର ସଦସ୍ୟ ଡଃ ଗିରିଧାରୀ ହୋତ, ଉଦିତ ଚନ୍ଦ୍ର ପାଟଯୋଶୀ,ପୃଥ୍ୱୀରାଜ ମିଶ୍ର,ହରି ନାରାୟଣ ପଣ୍ଡା ତଥା ସହକାରୀ ବିଜୟ କୁମାର ସାହୁ ଓ ଭୁବନ କୁମୁରା ଏଥିରେ ବୈଷୟିକ ସହାୟତା ପ୍ରଦାନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ