ଅମୀର ଖୁସରୁ ଫାଉଣ୍ଡେସନ ପକ୍ଷରୁ ସର୍ବଭାରତୀୟ ସମ୍ବଲପୁରୀ – ହିନ୍ଦୀ – ଉର୍ଦୁ କବି ସମ୍ମିଳନୀ
ସମ୍ବଲପୁର:ସମ୍ବଲପୁର ର ଅମୀର ଖୁସରୁ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ରେ ଆଜି ଆୟୋଜିତ ହୋଇଯାଇଛି ଉର୍ଦ୍ଧ – ହିନ୍ଦୀ – ସମ୍ବଲପୁରୀ ଭାଷା ର ଜାତୀୟ କବି ସମ୍ମିଳନୀ l
ଅନୁଷ୍ଠାନ ର ସଭାପତି ନାସିର ଫରାଜ ଙ୍କର ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ର ଅନୁଷ୍ଠାନିକ ଉତଘାଟନି ସଭାରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ତଥା ରାଜନୈତିକ ବ୍ୟକ୍ତିତ୍ୱ ସିଦ୍ଧାର୍ଥ ଦାସ, ସମ୍ମାନିତ ଅତିଥି ଭାବରେ ଲଖନୌ ର ବିଶିଷ୍ଟ ଚଳଚିତ୍ର ନିର୍ଦେଶକ ଜାଲାଲ ସିଦ୍ଦିକ୍କୀ ଓ ଓଡିଶା ଉର୍ଦୁ ଏକାଡେମୀ ର ସଚିବ ସୟଦ ରବବାନୀ ସାମ୍ନାନୀତ ଅତିଥି ଭାବରେ ଯୋଗ ଦେଇଥିଲେ l
ଏହି କାର୍ଯ୍ୟକ୍ରମ ରେ କବିତା ଆସର ସମୟରେ ବିଶିଷ୍ଟ ଅତିଥି ପଦ୍ମଶ୍ରୀ କ୍ରିଷ୍ଣା ପଟେଲ ମଧ୍ୟ୍ୟ ମଂଚାସୀନ ହୋଇ କାର୍ଯ୍ୟକ୍ରମ ର ସଫଳତା କାମନା କରିଥିଲେ l
ଏହି ଅବସରରେ କାର୍ଯ୍ୟକ୍ରମ ର ଆବାହକ ସୂର୍ଯ୍ୟ ପାଣିଗ୍ରାହୀ ଅମୀର ଖୁଶରୁ ଫାଉଣ୍ଡେସନ ବିଷୟରେ ଆଲୋକପାତ କରିବା ସହ ଉର୍ଦୁ ଭାଷା ର ବିଶେଷତା ଓ ପ୍ରଖ୍ୟାତ ଉର୍ଦୁ କବି ଅମୀର ଖୁଶରୁ ଙ୍କର ବିଷୟରେ ଆଲୋକପାତ କରିଥିଲେ l ଅନୁଷ୍ଠାନ ର ସମ୍ପାଦକ ମହମ୍ମଦ ପରଭେଜ ଅଲ୍ଲୀ ଖାନ ଫାଉଣ୍ଡେସନ ର ଅଭିମୁଖେ ବିଷୟରେ ବକ୍ତବ୍ୟ ରଖିଥିଲେ l
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାସ କହିଲେ ଯେ ଉର୍ଦୁ ଭାଷା ର ପ୍ରଚାର ପ୍ରସାର ତଥା ଏମିତି ଏକ ବହୁଭାଷୀ କବିତା ଆସର ର ଆୟୋଜନ ନିଶ୍ଚିତ ଭାବରେ ଏକ ପ୍ରଶଂସନୀୟ କାର୍ଯ୍ୟ l ଏଥିସହ ଦେଶର ବିଭିନ୍ନ ପ୍ରାନ୍ତରୁ କବିଙ୍କୁ ଗୋଟିଏ ମଞ୍ଚରେ ସାମିଲ କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ଦାସ କହିଥିଲେ l
ଏହି କାର୍ଯ୍ୟକ୍ରମ ରେ ରାଉରକେଲା ର ଉର୍ଦୁ / ହିନ୍ଦୀ କବି ଡ଼. କ୍ରିଷ୍ଣା କୁମାର ପ୍ରଜାପତି , ଝାରସୁଗୁଡା ର ଉର୍ଦୁ କବି ମଇନୁଦ୍ଦିନ ଜଖମି, ସମ୍ବଲପୁର ର ଉର୍ଦୁ କବି ଅଲତାଫ ହୁସେନ ହସରତ ଓ ଭେଡେନ, ବରଗଡ଼ ର ସମ୍ବଲପୁରୀ କବି ଉତ୍ପନ୍ନ ଭୋଇ ଙ୍କୁ ତାଙ୍କର ଭାଷା ସାହିତ୍ୟ ଓ କବିତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିସହ ଓଡିଶା ଉର୍ଦୁ ଏକାଡେମୀ କୁ ମଧ୍ୟ୍ୟ ବିଶେଷ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l
ନାଗପୁର ର ଉର୍ଦୁ ଶାୟର ଇମ୍ରାନ ଫୈଜ କବି ସମ୍ମିଳନୀ କୁ ସଂଯୋଜନା କରିଥିଲେ l
ଏହି ଜାତୀୟ ବହୁଭାଷୀ କବି ସମ୍ମିଳନୀ ରେ ହୁକୁମ ସିଂ କୋଠରୀ ( ମୁମ୍ବାଇ ), ଡ଼. ଜ଼ଲିଉଲ ରେହେମାନ (ମଧ୍ୟପ୍ରଦେଶ ), ଡ଼. ଜାହିର ନୟର (ଆମରବାତି, ମହାରାଷ୍ଟ୍ର ), ମୈକଶ ଆଜ଼ିମୀ ( ଅଜା୍ମଗଡ଼, ୟୁ.ପି.), ମୁମତାଜ଼ ଶୋଉର ( ସମ୍ବଲପୁର ), ଚାନ୍ଦ ସୋନୀ ( ଦେୱାସ, ମଧ୍ୟପ୍ରଦେଶ ), ଅରୁଣା ଚୌହାନ (ରାୟପୁର, ଛତିଶଗଡ ), ଶବାନା ଶବା ( ଚରଖାରି, ଉତ୍ତରପ୍ରଦେଶ ), ଅଜୟ ଆଲାମ ପଣ୍ଡା ( ଝାରସୁଗୁଡା ), ଅମୀର ଖୁସରୁ ଫାଉଣ୍ଡେସନ ର ସଭାପତି ନାସିର ଫରାଜ ଓ ସମ୍ମାନିତ ସମ୍ବଲପୁରୀ କବି ଉତ୍ପନ୍ନ ଭୋଇ ଭିନ୍ନ ଭିନ୍ନ ସ୍ୱାଦର କବିତା ପରିବେଷଣ କରିଥିଲେ l
କାର୍ଯ୍ୟକ୍ରମ କୁ ପରିଚାଳନା ରେ ତ୍ରିଲୋଚନ ତ୍ରିପାଠୀ, ଜୟ କୃଷ୍ଣ ବେହେରା, ତାଫିଜୁଲ ହୁସେନ, ଅକମଲ ଖାନ, ମୋମିନା ଖାତୁନ, ପଙ୍କଜିନୀ ନାୟକ, ମହମ୍ମଦ ଜ୍ୱାବେଦ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l ଶେଷରେ ସମ୍ପାଦକ ଶମହମ୍ମଦ ପରୱେଜ ଅଲ୍ଲୀ ଖାନ ଧନ୍ୟବାଦ ଅର୍ପଣ କରିଥିଲେ l
ସୂର୍ଯ୍ୟ ପାଣିଗ୍ରାହୀ, ସମ୍ବଲପୁର
ଏହି ବିଷୟକୁ ନେଇ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏହା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l
ଅନୁଷ୍ଠାନ ର ସମ୍ପାଦକ ମହମ୍ମଦ ପରବେଜ ଅଲ୍ଲୀ ଖାନ ଙ୍କ ସହିତ ସଭାପତି ନାସିର ଫରାଜ, କାର୍ଯ୍ୟକ୍ରମ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ତ୍ରିପାଠୀ ଓ ଆଇନ ପରାମର୍ଶ ଦାତା ଜୟ କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
ଏହି ପରିପେକ୍ଷୀରେ ସମ୍ପାଦକ ପରବେଜ ଅଲ୍ଲୀ କହିଲେ ଯେ, ଗତବର୍ଷ ସର୍ବ ଭାରତୀୟ ମୁଶାୟେରା ର ଆୟୋଜକ ହୋଇଥିଲା କିନ୍ତୁ ଏହି ବର୍ଷ ବିଶେଷ ଭାବରେ କବିତା ମାଧ୍ୟମରେ ଭାଷା ର ପ୍ରଚାର ପ୍ରସାର ଆହୁରି ବ୍ୟାପକ କରିବା ପାଇଁ ଉର୍ଦୁ, ହିନ୍ଦୀ ଓ ସମ୍ବଲପୁରୀ ଭାଷା ର କବି ମାନଙ୍କୁ ସାମିଲ କରାଯିବାର କାର୍ଯ୍ୟକ୍ରମ ରହିଛି l ଏଥିସହ ବିଭିନ୍ନ ଭାଷା ର ବିଶିଷ୍ଟ କବି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି l ଯେଉଁ ମାନଙ୍କୁ ସମ୍ମାନିତ କରାଯିବ ସେମାନେ ହେଲେ, ରାଉରକେଲା ର ଡ଼. କ୍ରିଷ୍ଣା କୁମାର ପ୍ରଜାପତି ( ହିନ୍ଦୀ / ଉର୍ଦୁ ), ଝାରସୁଗୁଡା ର ମଇନୁଦ୍ଦିନ ଜଖମୀ ( ଉର୍ଦୁ ), ସମ୍ବଲପୁର ର ଅଲତାଫ ହୁସେନ ହସରତ (ଉର୍ଦୁ ),ଅନଗୁଳ ର ଦିନେଶ କୁମାର ମାଲି ( ହିନ୍ଦୀ ) ଓ ଭେଡେନ, ବରଗଡ଼ ଜିଲ୍ଲା ର ଉତ୍ପନ୍ନ ଭୋଇ ( ସମ୍ବଲପୁରୀ ) l
ସଭାପତି ନାସିର ଫରାଜ କହିଲେ ଯେ ସାରା ଭାରତ ରୁ କବି ମାନଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ବିଶିଷ୍ଟ ଉର୍ଦୁ କବି ତଥା ଚଳଚିତ୍ର ନିର୍ଦେଶକ ଲଖନୌ ର ଜଲାଲ ସିଦ୍ଧିକୀ ଏବର୍ଷ ର ବିଶିଷ୍ଟ ଅତିଥି ଭାବେ ଯୋଗ ଦେବେ l ଏଥି ସହ ମୁମ୍ବାଇ ର ହୁକୁମ ଚନ୍ଦ କୋଠରୀ, ବୁରହାନପୁର ର ଡ଼. ଜଲ୍ଲୀଉଲ ରେହେମାନ, ଅମରାବତି ର ଡ଼. ଜାହିର ନୟର, ଆଜମଗଡ଼ ର ମୈକଶ ଆଜମି, ରାଜଗାଙ୍ଗପୁର ର ଅଫଜ଼ାଲ ବେଦାର, ଫୈଜାବାଦ ର ଜମସେଦ ଫୈଜାବାଦୀ, ସମ୍ବଲପୁର ର ମୁମତାଜ଼ ସୋଉର, ଭୁବନେଶ୍ୱର ର ବିକ୍ରମ ଆଦିତ୍ୟ ସିଂ, ଦେୱାସ ର ଚାନ୍ଦ ସୋନୀ, ରାୟପୁର ର ଅରୁଣା ଚୌହାନ, ଚରଖାରି ର ଶବାନା ଶୱା ଓ ଝାରସୁଗୁଡା ର ଅଜୟ ଆଲାମ ଙ୍କ ସହ ସମ୍ବର୍ଦ୍ଧିତ କବି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l
ସଂଯୋଜକ ଶ୍ରୀ ପାଣିଗ୍ରାହୀ କହିଲେ ଯେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଭାଷାର ପ୍ରଚାର ପ୍ରସାର ହିଁ ମୁଖ୍ୟ ଉଦେଶ୍ୟ l
ଶେଷରେ ପରାମର୍ଶ ଦାତା ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

