ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା କାର୍ଯ୍ୟକ୍ରମ
ସମ୍ବଲପୁର:ନିର୍ବାଚନୀ ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସମ୍ବଲପୁରସ୍ଥିତ ସମଲେଶ୍ୱରୀ ମନ୍ଦିର ପାଖରେ ଏକ ସଚେତନତା କାର୍ଯ୍ୟକ୍ରମ/ନୁକ୍କଡ ନାଟକ ଆୟୋଜିତ ହୋଇଥିଲା।
ଏହି ଅବସରରେ ମନ୍ଦିରକୁ ଆସୁଥିବା ଭକ୍ତ ଓ ସାଧାରଣ ନାଗରିକମାନଙ୍କୁ SIR ପ୍ରକ୍ରିୟା, ନିର୍ବାଚନୀ ତାଲିକାରେ ନିଜ ନାମ ଯାଞ୍ଚ କରିବାର ଆବଶ୍ୟକତା, ଏବଂ ଏନ୍ୟୁମେରେସନ୍ ଫର୍ମ (Enumeration Form) ପୂରଣ ଓ ଦାଖଲ ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଯାଇଥିଲା।
ନିର୍ବାଚନ ବିଭାଗର କର୍ମକର୍ତ୍ତା ଓ ସଚେତନତା ଟିମ୍ ନାଗରିକମାନଙ୍କ ସହ ଆଲୋଚନା କରି SIR ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ସମସ୍ତ ଯୋଗ୍ୟ ନାଗରିକ ନିର୍ବାଚନୀ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହୋଇ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।
ଏହି ନାଗରିକଙ୍କ ସଚେତନତା ଅଭିଯାନ ଆୟୋଜନ ମାଧ୍ୟମରେ ଅଧିକରୁ ଅଧିକ ନାଗରିକଙ୍କ ପାଖରେ ନିର୍ବାଚନୀ ସୂଚନା ପହଞ୍ଚାଇବାର ପ୍ରୟାସ କରାଯାଇଛି।

