ଜମୁଛି ଶୀତଳଷଷ୍ଠୀ ଯାତ୍ରା, ହେଲା ଶ୍ରୀ ଶ୍ରୀ ନୃସିଂହ ନିଉତା
ସମ୍ବଲପୁର:ବଂ ବଂ ବରାଡ଼ ବାଲୁଙ୍କେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା ୨୦୨୬ ଗତକାଲି ପତ୍ରପେଣ୍ଡି ଠାରୁ ଆରମ୍ଭ ହୋଇ ଆଜି ହୋଇଛି ଶ୍ରୀ ଶ୍ରୀ ନୃସିଂହ ନିଉତା।
ଅପରାହ୍ନ ୪ଟାରେ ବେଶ ଓ ସାଜସଜ୍ଜା ଆରମ୍ଭ ହୋଇ ସନ୍ଧ୍ୟା ୮ଟାରେ ପୂଜାରମ୍ଭ ହୋଇଛି।ନନ୍ଦପଡ଼ା ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ଠାରେ ଦେବ ନିମନ୍ତ୍ରଣ କାର୍ଯ୍ୟ ୮ଟା ୩୦ରେ ଆରମ୍ଭ ହୋଇ ବରପିତା- ରାମ ଚରଣ ମିଶ୍ରଙ୍କୁ ଆମନ୍ତ୍ରଣ ପାଇଁ ନନ୍ଦପଡ଼ା ଠାରୁ ହାଟପଡା, ଦଳେଇପଡା, ମ୍ୟୁନିସପାଲିଟି ଛକ, ଶକ୍ତି ସଙ୍ଘ ଛକ, ବୈଦ୍ୟନାଥ ଛକ, ମହାନ୍ତିପଡ଼ା ଛକ ଦେଇ ପୁଣି ନନ୍ଦପଡ଼ା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରିଥିଲା।
ଶୋଭାଯାତ୍ରାରେ ଶଙ୍ଖ, ଘଣ୍ଟ, ଦୁଲଦୁଲି, ଧମାଲ ବାଦ୍ୟ, ମୟୂର ଝାର ନୃତ୍ୟ, ମେଲୋଡି, ସୁସଜ୍ଜିତ ରଥ, ଆକର୍ଷଣୀୟ ପରଭା (ସୂର୍ଯ୍ୟ ରଥ ଓ ସୁଦର୍ଶନ ଚକ୍ର ଥିମ) ଏବଂ ଡିଜିଟାଲ ଓ ପାରମ୍ପରିକ ଆଲୋକ ସହର ର ଗଲି କନ୍ଦି ଉଛୁଳି ପଡିଥିଲା।
ସ୍ଥାନୀୟ କାଗିଗର କୁନୁ ନାଏକ ଏବଂ ତାଙ୍କର ୨ ପୁତ୍ର ବିଶ୍ୱଜିତ ଓ ସତ୍ୟଜିତ ଙ୍କ ସହିତ ସ୍ୱତନ୍ତ୍ର ରୂପେ ସୋଲରେ ସୂର୍ଯ୍ୟ ରଥ ଓ ସୁଦର୍ଶନ ଚକ୍ର ଥିମ ରେ ନିର୍ମିତ ଏକ ଚିତ୍ତାକର୍ଷକ ପରଭା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ନନ୍ଦପଡା ଯାତ୍ରା କମିଟି ପକ୍ଷରୁ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ଫଣୀ ଭୂଷଣ ମିଶ୍ର, ମିଳିତ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ବାଙ୍କା ବିହାରୀ ମିଶ୍ର, ସମୀର ରଞ୍ଜନ ବାବୁ, ଦିଲୀପ ମିଶ୍ର, ସୁନୀଲ ତ୍ରିପାଠୀ, ଭୁବନ ମୋହନ ମିଶ୍ର, ପ୍ରଭୁଦତ୍ତ ପଣ୍ଡା, ସୁଶ୍ରୀତ ମିଶ୍ର, ଗୋଲକ ବିହାରୀ ମିଶ୍ର, ଆଶିଷ ବାବୁ, ଭୁବନ ମୋହନ ମିଶ୍ର, ବିଷ୍ଣୁ ପ୍ରସାଦ ପାଢ଼ୀ, ବାଲ ଗୋପାଳ ନନ୍ଦ, ନିଗମାନନ୍ଦ ମିଶ୍ର, ଚକ୍ରଧର ମିଶ୍ର, ଆଶୁତୋଷ ମିଶ୍ର, ଶିବ ମିଶ୍ର, ଦୁର୍ଗାମାଧବ ମିଶ୍ର, ମାନସ ରଥ, ବିରାଜ କୁମାର ମିଶ୍ର, ରାଜୀବ ମାଝୀ, ବିଟୁ ନାୟକ, ଫାଲଗୁନୀ ବାରିକ, ସନତ ନନ୍ଦ, ସୋମ୍ୟ ମିଶ୍ର, ସନ୍ତୋଷ ମିଶ୍ର, ବିବେକା ମିଶ୍ର, ରାଜେଶ ମିଶ୍ର, ବିଚିତ୍ରାନନ୍ଦ ମିଶ୍ର, ନିହାର ମିଶ୍ର, ଜିତେନ୍ଦ୍ର ନନ୍ଦ, ନିହାର ମିଶ୍ର, ସୁମନ ସାଗର ମିଶ୍ରଙ୍କ ସହିତ ଶତାଧିକ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

