Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜରାଜୀର୍ଣ୍ଣ ଅବସ୍ଥାରେ ହରିହର ଜୋର୍ ଜଳସେଚନ ପ୍ରକଳ୍ପ ର ଇକୋ ଟୁରିଜିମ୍

ବୀରମହାରାଜପୁର :  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ (ଠେଙ୍ଗୋ ଡ୍ୟାମ) ରେ ସରକାର ପର୍ଯ୍ୟଟକ ଙ୍କ ଆକୃଷ୍ଟ ପାଇଁ ବନ ବିଭାଗ ମଧ୍ୟମ ରେ କୋଟିଏ ଟଙ୍କା ରୁ ଉର୍ଦ୍ଧ୍ବ ବ୍ୟୟରେ ଏକ ଇକୋ ଟୁରିଜିମ ପ୍ରକଳ୍ପ ନିର୍ମାଣ କରିଥିଲେ। କିନ୍ତୁ ବର୍ତ୍ତମାନ ଉକ୍ତ ପ୍ରକଳ୍ପ ଟି ଜରାଜୀର୍ଣ୍ଣ ଅବସ୍ଥା ରେ ପଡ଼ି ରହିଥିବା ଦେଖାଯାଇଛି l କାହିଁକି ବନ୍ଦ ରହିଛି ସେ ନେଇ ବନଖଣ୍ଡ ଅଧିକାରୀ ଙ୍କ ପାଖ ରେ ମଧ୍ୟ ସଠିକ୍ ଉତ୍ତର ନାହିଁ l ସୂଚନା ଥାଉ କି ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବନ ବିଭାଗ ମଧ୍ୟମରେ ହରିହର ଯୋର ଜଳସେଚନ ପ୍ରକଳ୍ପରେ ଏକ ଇକୋ ଟୁରିଜିମ ନାମରେ ପ୍ରକଳ୍ପର ଗଭୀର ଜଳରାଶି ରେ ପର୍ଯ୍ୟଟକ ମାନଙ୍କ ନୌକା ବିହାରର ମଜା, ସହ ବଣ ଭୋଜି ଓ ପର୍ଯ୍ୟଟକ ବୁଲାବୁଲି କରିବାକୁ ଆବଶ୍ୟକ ବ୍ୟବସ୍ଥା କରିଥିଲେ l ଗତ ସାଧାରଣ ନିର୍ବାଚନ କିଛି ଦିନ ପୂର୍ବରୁ  ଭବାନୀପାଟଣା ସର୍କଲର ଆରସିସିଏଫ୍ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଉପସ୍ଥିତି ରେ ଉଦ୍ଘାଟନ କରାଯାଇଥିଲା l ଏହି ଇକୋ ଟୁରିଯିମ୍ ପ୍ରକଳ୍ପ ପରିଦର୍ଶନ ପାଇଁ ବିଭାଗ ପ୍ରବେଶ ଶୁଲକ ୨୦୦ ଟଙ୍କା ଲେଖାଏଁ ନିଆଯାଉଥିଲା। ବେଶ କିଛି ମାସ  ହରିହର ଯୋର ଡ୍ୟାମ ଗଭୀର ଜଳରେ ବହୁ ପର୍ଯ୍ୟଟକ ନୌକାବିହାରର ମଜା ନେଉଥିଲେ l ହେଲେ ଗତ ସାଧାରଣ ନିର୍ବାଚନ ପରେ ପରେ ଉକ୍ତ ଇକୋ ଟୁରିଯିମ କୁ ବନ୍ଦ କରିଦିଆ ଗଲା । ବହୁ ପର୍ଯ୍ୟଟକ ନିରାଶ ହୋଇ ଏବେ ଫେରୁଥିବା ଦେଖିବାକୁ ମିଳୁଛି l ଏବେ ଉକ୍ତ ପ୍ରକଳ୍ପ ରୁ ଦୁଇଟି ଯାକ ନୌକା ଖତ ଖାଉଥିବା ବେଳେ ରକ୍ଷଣା ବେକ୍ଷଣ ପାଇଁ କୌଣସି କର୍ମଚାରି ନାହାନ୍ତି। ଉକ୍ତ ସ୍ଥାନ ବର୍ତ୍ତମାନ ଗୋରୁ ଗାଈ ଙ୍କ ଚରlଭୂମି ପାଲଟିବା ସହିତ ଅସୁରକ୍ଷିତ ଅବସ୍ଥା ରେ ପଡି ରହିଛି l ଏ ନେଇ ବନଖଣ୍ଡ ଅଧିକାରୀ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତୁରନ୍ତ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ସହ ମୋନରଞ୍ଜନ ପାଇଁ ଇକୋ ଟୋରିଯିମ କୁ ପୁଣି ଚାଲୁ କରିବାକୁ ସାଧାରଣରେ  ଦାବି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ