Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଖଡ଼ିଆଳ : ଖଡିଆଳ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ ନାଥ ପତିଙ୍କୁ ପ୍ରାଥମିକ ଶିକ୍ଷକ ଏକ୍ସକେଡର ସଂଘ ପକ୍ଷରୁ ସଭାପତି ଜୟନ୍ତ ପ୍ରଧାନୀଙ୍କ ନେତୃତ୍ବରେ ଜିଲା ସଂପାଦକ ଅଲେଖ ସାହୁ, ବ୍ଳକ ସଂପାଦକ ସନୁଧର ନାଗ ସମେତ ମିତ୍ରବାଦି ମଲ୍ଲିକ, ଜୟାନନ୍ଦ ଭୋଇ, ସୁରେଶ କ୍ଷେତ୍ରୀ, ଡୋଲାନନ୍ଦ ଚଲାନ, ଜୟକୃଷ୍ଣ ପଣ୍ଡାଙ୍କ ଉପସ୍ଥିତିରେ ଅବସର କାଳିନ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀଯୁକ୍ତ ପତି ଜଣେ ସରଳ, ମିଷ୍ଟଭାଷୀ ମିଲାପି ସହଯୋଗୀ ବ୍ଯକ୍ତି ଭାବେ ଜଣାଶୁଣା ଥିଲେ । ସେ ସର୍ବଦା ଶିକ୍ଷକ ମାନଙ୍କୁ ଉଚିତ ପରାମର୍ଶ ସହିତ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ଗୁରୁତ୍ଵ ଦେଉଥିଲେ । ତାଙ୍କ ସମୟରେ ଖଡିଆଳ ବ୍ଲକର ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ରେଟ କମିବା ସହିତ ବହୁ ଛାତ୍ରଛାତ୍ରୀ ମୁଖ୍ୟଶ୍ରୋତରେ ସାମିଲ ହୋଇପାରିଛନ୍ତି ବୋଲି ଶିକ୍ଷକ ନେତା ଅଲେଖ ସାହୁ ମତବ୍ୟକ୍ତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ