Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଶୋର ହୋତା ବିଜୁ ଜନତା ଦଳ ର ଜିଲ୍ଲା ଉପସଭାପତି ତଥା ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ (ବିଜେଡି)ର ଉପସଭାପତି କିଶୋର ହୋତା ଦଳର ପ୍ରାଥମିକ ସଦସ୍ୟ ପଦରୁ ବ୍ୟକ୍ତିଗତ କାରଣରୁ ଇସ୍ତଫା ଘୋଷଣା କରିଛନ୍ତି ।
ବୁଧବାର ଶ୍ରୀ ହୋତା ବୀରମହାରାଜପୁର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା ଘୋଷଣା କରିବା ସହ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପ୍ରେରଣ କରିଥିବାର ସୁଚନା ଦେଇଛନ୍ତି । ସେ ବ୍ୟକ୍ତିଗତ କାରଣ କହୁଥିବା ବେଳେ ଅନେକ ରାଜନୈତିକ ଉଦ୍ଦେଶ୍ୟ ଥିବା ସାଧାରଣ ରେ ଆଲୋଚନା ହେଉଛି l ତେବେ ଆଗାମି ଦିନକୁ ଅପେକ୍ଷା କରିବାକୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ