ଝାଡୁଆପଡା ଲୋକନାଥ ବାବାଙ୍କର ପତରପେଁଡି ଯାତ୍ରା
ସମ୍ବଲପୁର:ସମ୍ବଲପୁର ର ଝାଡୁଆ ପଡା ଶ୍ରୀ ଶ୍ରୀ ଲୋକନାଥ ବାବା ଙ୍କର ବର ପିତା ( ମହାଦେବ ବାବା ଙ୍କର ପିତା ) ଅମରନାଥ ସୁପକାର ଙ୍କ ସହ ସପ୍ତଋଷି ଗତକାଲି ରାତିରେ ସୁସଜ୍ଜିତ ରଥ ରେ ବାହାରି ବାଜା, ଘଣ୍ଟ, ଶଙ୍ଖ, ଦୂଲଦୁଲି, ମୟୁର ନାଚ, ସମ୍ବଲପୁରୀ ନାଚ, ରେକର୍ଡ ଡ୍ୟାନ୍ସ ସହ ବାହାରି ଥିଲେ ବାବା ଙ୍କ ବାହାଘର ପାଇଁ କନ୍ୟା ରତ୍ନ ଖୋଜି l ସାଥିରେ ଥିଲେ ପଣ୍ଡିତ ମହେନ୍ଦ୍ର ପୂଜାରୀ ଓ ରଘୁନାଥ ମହାପାତ୍ର l ସପ୍ତଋଷି ଭାବରେ ହରିହର ବଡ଼ପଣ୍ଡା, ଗୋପାଳ ଦାସ ପରିଛା, ସୁଧାଂଶୁ ବାବୁ, ପ୍ରକାଶ ପୂଜାରୀ, ଧୀରେନ୍ଦ୍ର ପଣ୍ଡା, ମନୋଜ ମିଶ୍ର, ଓ କୈଳାସ ପଣ୍ଡା l
ଆଲୋକ ସଜ୍ଜିତ ବାହାନ ଓ ନୃତ୍ୟ ବାଦ୍ୟ ସହ ଝାଡୁଆ ପଡା ରୁ ଗୌର ମଠ ଗଳି, ଗୁରୁପଡା, କଂସାରୀ ପଡା, ସାନ ସଡ଼କ, ବୈଦ୍ୟନାଥ ଛକ, ଶକ୍ତି ଛକ, ମୁନ୍ସିପାଲଟି ଛକ, କଲେକ୍ଟର ଅଫିସ, କଚେରି ଛକ ଦେଇ ପହଂଚିଥିଲେ ମହାନଦୀ କ୍ଲବ,ଯେଉଁଠି କନ୍ୟା ଘର ପିତା ଜୟ ବିଜୟ ବେଦୀ ଓ ପୁନମ ବେଦୀ ଅବସ୍ଥାନ କରିଥିଲେ l
ବର ପିତା ଶ୍ରୀ ସୁପକାର ଙ୍କ ସହ ସପ୍ତ ରୁଷି ମାନେ ବେଦୀ ଦମ୍ପତି ଙ୍କୁ ତମର ତ ଝିଅ ଟିଏ ଅଛି, ଆମର ଲୋକନାଥ ବାବା ପାଇଁ କନ୍ୟା ଦାନ କରିବ କି ବୋଲି କୁହନ୍ତି l ପରେ ସହମତି ହେଲାପରେ ବିବାହ ପାଇଁ ଲଗ୍ନ ଧର୍ଯ୍ୟ ହୁଏ l ବରପିତା ସର୍ଗି ପତ୍ର, ପୁଲ, ଫୁଲ, ନଡ଼ିଆ, ବସ୍ତ୍ର ଓ ମିଷ୍ଟାନ୍ନ ଦେଇ ବିବାହ ଚୂଡାନ୍ତ କରନ୍ତି lଏହି ଅବସରରେ ଯାତ୍ରା କମିଟି ର ସଭାପତି ସରୋଜ ଦଳପତ, ସୁଶାନ୍ତ ପୁରୋହିତ, ପ୍ରାଣ ରଞ୍ଜନ ପଣ୍ଡା, ସଞ୍ଜୟ ମିଶ୍ର, ଅଭିଷେକ ମିଶ୍ର, ସଂଜୀବ ପାଢ଼ୀ, ସୂର୍ଯ୍ୟ ମିଶ୍ର, ଅଭିଷେକ ମିଶ୍ର, ଶ୍ରୀମନ୍ତ ମିଶ୍ର, ପ୍ରବୀଣ ଦୀକ୍ଷିତ,ଜଗଦୀଶ ମିଶ୍ର, ମିଲୁ ପାଣିଗ୍ରାହୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।

