Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ଖଡ଼ିଆଳ : ଖଡ଼ିଆଳ ସ୍ଥିତ ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ ପକ୍ଷରୁ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୁରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ପରିଚାଳିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡକ୍ଟର ତରୁଣ କୁମାର ପ୍ରଧାନଙ୍କ ସହ ଅଧ୍ୟାପକ ପଦ୍ମଲୋଚନ ବର୍ମା, ଅଧ୍ୟାପକ ରଣବୀର ସିଂ, ମୁଖ୍ୟ କ୍ଲର୍କ ସୁଘୋଷ କୁମାର ପଟ୍ଟନାୟକ, କ୍ଲର୍କ ଦୁର୍ଲ୍ଲଭ ବେହେରା, ଲାଇବ୍ରେରିଆନ ରତ୍ନାକର ସାହୁ, କର୍ମଚାରୀ ରଞ୍ଜୁ ନାୟକ ଓ ଚିତ୍ତରଞ୍ଜନ ପଟେଲ ଯୋଗଦେଇଥିଲେ । ଚଳିତ ବର୍ଷ ବିଶ୍ଵ ତମାଖୁ ବର୍ଜନ ଦିବସର ବିଷୟବସ୍ତୁ: “ଆମେ ଖାଦ୍ୟ ଚାହୁଁ, ତମାଖୁ ନୁହଁ” ତାକୁ ନେଇ ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ତାସହିତ ଆଗାମୀ ଦିନରେ ତମାଖୁ ଚାଷୀଙ୍କ ପାଇଁ ବିକଳ୍ପ ଶସ୍ୟ ଉତ୍ପାଦନ ଓ ବିକ୍ରୟ ସୁଯୋଗ ସୃଷ୍ଟି ସହ ସ୍ଥାୟୀ ଓ ପୌଷ୍ଟିକ ଶସ୍ୟ ଫଳାଇବା ପାଇଁ ଗୁରୁତ୍ଵ ଦେବାକୁ ବୁଝାଯାଇଥିଲା । ପରେ ସ୍ୱେଚ୍ଛାସେବୀ ମାନେ ନିଜେ ନିଶା ସେବନ (ଭାଙ୍ଗ, ବିଡ଼ି, ସିଗାରେଟ୍, ଗୁଟୁଖା ଓ ଘୁଡ଼ାଖୁ ଆଦିକୁ) ବର୍ଜନ କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ନିଶା ସେବନରୁ ଦୂରେଇ ରହିବାକୁ ପରାମର୍ଶ ଦେବାପାଇଁ ଏବଂ ନିଶା ମୁକ୍ତ ବିଶ୍ଵ ଓ ସୁସ୍ଥ ସମାଜ ଗଠନ କରିବାକୁ ଶପଥ ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ସରୋଜ କଲତା, ଶୁଭମ୍ ସିଂ ନିନା, ସୁବାସ ଚନ୍ଦ୍ର ବାଗ, ଅଙ୍କିତା ଦଣ୍ଡସେନା, ସୁନେଲି ତାଣ୍ଡି, ଦିପ୍ତିମୟୀ ବେହେରା, ସ୍ନେହା ଦାସ, ଗୁଲ୍ସନ କୁମାର ସତନାମି, ରୋଷନ୍ ବଘେଲ ଓ ମାନସ ସାଗର ଆଦି ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୁରଞ୍ଜନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ