Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଲେନିୟମ୍ ସିଟି’ ଭାବେ ପରିଚିତ Cuttack ଏବେ ଇଂରାଜୀରେ Kataka ଭାବେ ଲେଖାଯିବ

ଓଡ଼ିଶା ସରକାର ରାଜ୍ୟର ୬୪ଟି ସ୍ଥାନର ଇଂରାଜୀ ବନାନରେ ପରିବର୍ତ୍ତନ ଆଣିଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଓଡ଼ିଶାର ‘ମିଲେନିୟମ୍ ସିଟି’ ଭାବେ ପରିଚିତ Cuttack ଏବେ ଇଂରାଜୀରେ Kataka ଭାବେ ଲେଖାଯିବ। ସେହିପରି Balasoreର ବନାନ Baleshwar ଏବଂ Rourkelaର ବନାନ Raurkela କରାଯାଇଛି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ଏହି ପରିବର୍ତ୍ତନ କେବଳ ଇଂରାଜୀ ବନାନ ସଂଶୋଧନ ପାଇଁ ହୋଇଛି, ସ୍ଥାନଗୁଡ଼ିକର ମୂଳ ନାମରେ କୌଣସି ପରିବର୍ତ୍ତନ ହେଉନାହିଁ।

ସରକାରଙ୍କ କହିବା ଅନୁଯାୟୀ, ବ୍ରିଟିଶ୍ ଶାସନ ସମୟରେ ଅନେକ ଓଡ଼ିଆ ସ୍ଥାନର ନାମକୁ ଉଚ୍ଚାରଣ ଅନୁସାରେ ବିକୃତ କରାଯାଇଥିଲା। ଫଳରେ ପ୍ରକୃତ ଓଡ଼ିଆ ଉଚ୍ଚାରଣ ଓ ଇଂରାଜୀ ବନାନ ମଧ୍ୟରେ ବ୍ୟାପକ ତଫାତ୍ ସୃଷ୍ଟି ହୋଇଥିଲା। ଏହାକୁ ସଂଶୋଧନ କରିବା ପାଇଁ ୨୬ଟି ଜିଲ୍ଲାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ୍ ଓ ସହରାଞ୍ଚଳ ସଂସ୍ଥାର ନାମର ଇଂରାଜୀ ବନାନକୁ ସ୍ଥାନୀୟ ଉଚ୍ଚାରଣ ସହ ସମନ୍ୱୟ କରାଯାଇଛି।

ଚଳିତ ମାସର ଆରମ୍ଭରେ ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲା। ସରକାରଙ୍କ ମତରେ, ଏହି ପଦକ୍ଷେପ ଓଡ଼ିଶାର ଭାଷାଗତ ଓ ସାଂସ୍କୃତିକ ପରିଚୟକୁ ଅଧିକ ସୁଦୃଢ଼ କରିବ। ଦୀର୍ଘଦିନ ଧରି ଔପନିବେଶିକ ଯୁଗର ବିକୃତ ବନାନ ବ୍ୟବହୃତ ହେଉଥିବାବେଳେ, ଏବେ ସ୍ଥାନୀୟ ଉଚ୍ଚାରଣକୁ ପ୍ରାଧାନ୍ୟ ଦେଇ ଓଡ଼ିଶା ନିଜ ଐତିହ୍ୟ ଓ ଅସ୍ମିତାକୁ ପୁନର୍ସ୍ଥାପିତ କରିବାକୁ ପଦକ୍ଷେପ ନେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ