Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁ ସାଜିଲା ବଇରୀ: ପରକୀୟା ପ୍ରେମ ଲୁଚାଇବାକୁ ମୋବାଇଲ ଚୋରି, ସୁପାରି ଦେଇ ରଚିଲେ ଷଡ଼ଯନ୍ତ୍ର

ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପରକୀୟା ପ୍ରେମ ସମ୍ପର୍କର ପ୍ରମାଣ ନଷ୍ଟ କରିବା ପାଇଁ ପ୍ରେମିକ ନିଜ ପ୍ରେମିକାଙ୍କ ସ୍ୱାମୀଙ୍କ ମୋବାଇଲ ଚୋରି କରିବାକୁ ସୁପାରି ଦେଇଥିବା ଅଭିଯୋଗ ହୋଇଛି। ତମାଣ୍ଡୋ ଥାନା ପୁଲିସ ଏହି ଘଟଣାରେ ଲିପୁନ ବେହେରା ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ତଦନ୍ତରେ ସାମ୍ନାକୁ ଆସିଛି ଯେ, ଅଭିଯୋଗକାରୀ ଆଲୋକ ଜେନାଙ୍କ ପତ୍ନୀ ସନ୍ଧ୍ୟା ଜେନା ଓ ତାଙ୍କ ସହକର୍ମୀ ରମେଶ ନାୟକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଏବଂ ସେମାନଙ୍କର ଚାଟିଂ, ଫଟୋ ଓ ଭିଡିଓ ମୋବାଇଲରେ ସଂରକ୍ଷିତ ଥିଲା।

ଆଲୋକ ଏହି ସମ୍ପର୍କ ବିଷୟରେ ଜାଣିବା ପରେ ପତ୍ନୀଙ୍କ ମୋବାଇଲକୁ ନିଜ ପାଖରେ ରଖିଥିଲେ। ଏହାପରେ ରମେଶ ନାୟକ ସେହି ମୋବାଇଲ ହାତେଇ ପ୍ରମାଣ ନଷ୍ଟ କରିବା ପାଇଁ ଲିପୁନ ବେହେରାଙ୍କୁ ୧୦ ହଜାର ଟଙ୍କାର ସୁପାରି ଦେଇଥିବା ପୁଲିସ କହିଛି। ଯୋଜନା ଅନୁସାରେ ଲିପୁନ ଆଲୋକଙ୍କୁ ହୋଟେଲରେ ରହିବାକୁ ପ୍ରବର୍ତ୍ତାଇଥିଲେ ଏବଂ ଭୋର ସମୟରେ ତାଙ୍କ ମୋବାଇଲ ଚୋରି କରି ଫେରାର ହୋଇଯାଇଥିଲେ। ପରେ ଚୋରି ହୋଇଥିବା ମୋବାଇଲକୁ କୋରିଅର ଯୋଗେ ଉତ୍ତରପ୍ରଦେଶରେ ଥିବା ଜଣେ ପରିଚିତଙ୍କ ପାଖକୁ ପଠାଇ ଦେଇଥିବା ସେ ଜେରାବେଳେ ସ୍ୱୀକାର କରିଥିବା ଜଣାପଡ଼ିଛି।

ଆଲୋକଙ୍କ ଅଭିଯୋଗ ଆଧାରରେ ତମାଣ୍ଡୋ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ କୋରିଅର ରସିଦ ସହ ଅନ୍ୟାନ୍ୟ ପ୍ରମାଣ ଜବତ କରାଯାଇଛି। ଲିପୁନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ରମେଶ ନାୟକ ଓ ସନ୍ଧ୍ୟା ଜେନାଙ୍କ ଭୂମିକାକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories