Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ମହାବିଦ୍ୟାଳର ଯୁକ୍ତ୨ ବିଜ୍ଞାନ ରେ ୭୦ପ୍ରତିଶତ ବୁର୍ଜା ମାଧ୍ୟମିକ ବିଦ୍ୟାଳୟରେ ମାତ୍ର ୩୦ପ୍ରତିଶତ ପାସ୍

ଲକ୍ଷ୍ମୀପୁର ୩୧ .୦୫ ..ବୁଧବାର ପ୍ରକାଶ ପାଇଥିବା ଯୁକ୍ତ ୨ବିଜ୍ଞାନ ଫଳାଫଳ ରେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ୭୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।ସମୁଦାୟ ୧୦୧ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୭୧ ଜଣ ପାସ ହୋଇଥିବା ବେଳେ ୩୦ ଜଣ ଫେଲ୍ ହୋଇଛନ୍ତି।ସମୁଦାୟ ୬୦୦ ମାର୍କରୁ ୩୮୮ ମାର୍କ ରଖି ସୋନାଲି ଗରଡା,ଓ ୩୮୭ ମାର୍କ ରଖି ବାପୁନ୍ ଶବର ପ୍ରଥମ ଡିଭିଜନ୍ ରେ ପାସ୍ କରିଛନ୍ତି।ସମୁଦାୟ ୭୧ ଜଣ ଙ୍କ ମଧ୍ୟରୁ ୨ଜଣ ପ୍ରଥମଶ୍ରେଣୀ,୧୯ ଜଣ ଦ୍ବିତୀୟ ଡିଭିଜନ୍ ଓ ୫୦ ଜଣ ତୃତୀୟ ଡିଭିଜନ୍ ରେ ପାସ ହୋଇଛନ୍ତି।ଯୁକ୍ତ୨ବିଜ୍ଞାନ ଭଳି କଷ୍ଟପାଠ୍ୟ କ୍ରମରେ ୭୦ ପ୍ରତିଶତ ଛାତ୍ରଛାତ୍ରୀ ଉତିର୍ଣ ହେବକାୁ ନେଇ ଯୁକ୍ତ ୨ଅଧ୍ୟକ୍ଷ ବିରେନ୍ କୁମାର ଶତପଥି,ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ଙ୍କ ସମେତ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଖୁସିବ୍ୟକ୍ତ କରିଛନ୍ତି।ସେହିପରି ବୁର୍ଜା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ୪୩ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ଶତକଡା ୩୦ ପ୍ରତିଶତ ହାର ରେ ମାତ୍ର ୧୩ଜଣ ଛାତ୍ରଛାତ୍ରୀ ଉତିର୍ଣ ହୋଇଛନ୍ତି।୧୩ ଜଣ ଙ୍କ ମଧ୍ୟରୁ ଜଣେ ପ୍ରଥମ ଡିଭିଜନ୍,୩ଜଣ ଦ୍ବିତୀୟ ଡିଭିଜନ୍ ଓ ୯ ଜଣ ତୃତୀୟ ଡିଭିଜନ୍ ରେ ଉତିର୍ଣ ହୋଇଛନ୍ତି।ସାରା ରାଜ୍ୟ ରେ ୮୬ ପ୍ରତିଶତ ଛାତ୍ରଛାତ୍ରୀ ଉତିର୍ଣ ହୋଇଥିବା ବେଳେ ବୁର୍ଜା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ୩୦ ପ୍ରତିଶତ ଛାତ୍ରଛାତ୍ରୀ ଉତିର୍ଣ ହୋଇଥିବା ଭଳି ନୈରାଶଜନକ ପ୍ରର୍ଦଶନ କୁ ନେଇ ଅଭିଭାବକ ଙ୍କ ମହଲରେ ଅସନ୍ତୋଷ ଶୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ