Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବ ଦାସ ହତ୍ୟା ମାମଲାରେ ନ୍ୟାୟ ମିଳିବ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ବହୁଚର୍ଚ୍ଚିତ ଘଟଣାରେ ପୀଡ଼ିତ ପରିବାରକୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ। ଏହାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇ ସମସ୍ତ ତଥ୍ୟର ଅନୁଧ୍ୟାନ କରୁଛନ୍ତି ଏବଂ ବିଭିନ୍ନ ଦିଗକୁ ନେଇ ବିଚାରବିମର୍ଶ ଜାରି ରହିଛି।

ମନମୋହନ ସାମଲ କହିଛନ୍ତି ଯେ, ଏହି ମାମଲାକୁ ନେଇ ସରକାରଙ୍କ ଆଇନ ବିଭାଗ (ଲିଗାଲ୍ ଡିପାର୍ଟମେଣ୍ଟ) ମଧ୍ୟ ବିସ୍ତୃତ ଆଲୋଚନା କରୁଛି। ସମସ୍ତ ଆଇନଗତ ପ୍ରକ୍ରିୟାକୁ ବିଚାର କରି ଉପଯୁକ୍ତ ପଦକ୍ଷେପ ନିଆଯିବ। ନ୍ୟାୟ ମିଳିବା ଉଚିତ୍ ଏବଂ ନିଶ୍ଚିତ ଭାବେ ନ୍ୟାୟ ମିଳିବ ବୋଲି ସେ ଦୃଢ଼ତାର ସହ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଦିବାଲୋକରେ ଜଣେ କାର୍ଯ୍ୟରତ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯିବା କୌଣସି ସାଧାରଣ ଘଟଣା ନୁହେଁ। ତେଣୁ ଏହି ସମ୍ବେଦନଶୀଳ ମାମଲାର ପ୍ରତ୍ୟେକ ଦିଗରେ ତଦନ୍ତ କରାଯାଉଛି ଏବଂ ସତ୍ୟ ପଦାକୁ ଆସିବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ