Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଳଥିଆ ଡବଲ ମର୍ଡର ମାମଲାରେ ବଡ଼ ଖୁଲାସା: ଜଣେ ଝିଅଙ୍କୁ ହଇରାଣ କରିବାକୁ ନେଇ ହତ୍ୟାକାଣ୍ଡ, ଦୁଇ ନାବାଳକ ଅଟକ

ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଧୀନ କୋଳଥିଆ ଡବଲ ମର୍ଡର ମାମଲାରେ କମିଶନରେଟ୍ ପୋଲିସ ବଡ଼ ଖୁଲାସା କରିଛି। ଏହି ହତ୍ୟାକାଣ୍ଡ ପଛରେ ଦୁଇ ଜଣ ନାବାଳକଙ୍କ ସମ୍ପୃକ୍ତି ଥିବା ପୋଲିସ କହିଛି। ସେମାନଙ୍କ ମଧ୍ୟରୁ ଜଣେ ଦଶମ ଓ ଅନ୍ୟଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର। ଉଭୟଙ୍କୁ ଅଟକ ରଖାଯାଇଥିବା ବେଳେ ସେମାନଙ୍କୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରାଯିବ ବୋଲି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।

ପୋଲିସ ତଦନ୍ତ ଅନୁସାରେ, ମୃତ କୃଷ୍ଣ ପ୍ରସାଦ ପାଢ଼ୀ ବିଏସ୍‌ସି ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଜଣେ ଝିଅ ସହପାଠୀଙ୍କୁ କୃଷ୍ଣ ହଇରାଣ କରୁଥିବା ଅଭିଯୋଗକୁ କେନ୍ଦ୍ର କରି ପ୍ରାୟ ଏକ ବର୍ଷ ଧରି ବିବାଦ ଲାଗି ରହିଥିଲା। ଏହାପରେ ଦୁଇ ନାବାଳକ ଯୋଜନାବଦ୍ଧ ଭାବେ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ। ଘଟଣା ଦିନ ସେମାନେ ମୁଖା ପିନ୍ଧି ଲଙ୍କା ଗୁଣ୍ଡ ଓ ଲୁହା ରଡ୍‌ ଧରି କୃଷ୍ଣଙ୍କ ଘରକୁ ପଶି ଆକ୍ରମଣ କରିଥିଲେ। ପୂର୍ବରୁ ସେମାନଙ୍କର କୌଣସି ଅପରାଧିକ ରେକର୍ଡ ନଥିଲେ ମଧ୍ୟ ଏହି ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଥିବା ପୋଲିସ କହିଛି।

ଗତକାଲି ଭୋର ପ୍ରାୟ ୨ଟା ସମୟରେ ଘଟିଥିବା ଏହି ବୀଭତ୍ସ ଆକ୍ରମଣରେ କୃଷ୍ଣଙ୍କୁ ଘରୁ ଟାଣି ଆଣି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। ପୁଅଙ୍କୁ ବଞ୍ଚାଇବାକୁ ଆସିଥିବା ବାପା ହିମାଂଶୁ ପାଢ଼ୀ ଓ ଭଉଣୀ ତାପସୀଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ହିମାଂଶୁଙ୍କର ପରେ ମୃତ୍ୟୁ ହୋଇଥିବା ବେଳେ ତାପସୀ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ପୋଲିସ ଘଟଣାର ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ