ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗ୍ରାମରେ ମହାମାୟୀ ମନ୍ଦିର ପ୍ରତିଷ୍ଠା ପାଇଁ ବୁଧବାର କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ପୂଜା ରୀତିନୀତି ଅନୁସାରେ ସ୍ଥାନୀୟ ଜଗନ୍ନାଥ ପୋଖରୀ ରୁ ପ୍ରାୟ ୧୦୦ଜଣ ମହିଳା ମୁଣ୍ଡରେ କଳସ ଧରି ମଣ୍ଡପରେ ପହଂଚି ଥିଲେ । ନାମ ସଂକିର୍ତ୍ତନ,ଘଣ୍ଟ,ଶଙ୍ଖ,ହୁଳହୁଳି ରେ ପରିବେଶ ମୁଖରିତ ହୋଇ ଉଠିଥିଲା । ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ମୁଖ୍ୟ ପୂଜକ ଆଶୁତୋଷ ପୁରୋହିତ କାର୍ଯ୍ୟ ତୁଲାଇ ଥିବା ବେଳେ କର୍ତ୍ତା ଭାବରେ ଗିରିଜା ଶଙ୍କର ମେଣ୍ଡିଲି,ଅହଲ୍ୟା ମେଣ୍ଡିଲି ,ଜୟନ୍ତି ଖୁର୍ଡିଆ, ଅଖୁଜ ଖୁର୍ଡିଆ, ସତ୍ୟାନନ୍ଦ ମେଣ୍ଡିଲି,ବେଦମତୀ ମେଣ୍ଡିଲି କାର୍ଯ୍ୟ ତୁଳାଇବେ । ଆସନ୍ତାକାଲି ମନ୍ଦିର ପ୍ରତିଷ୍ଠା ସହ ପୂଜା ଆରମ୍ଭ, ୨ ତାରିଖରେ ମାଁ ମହାମାୟୀ ଙ୍କ ମନ୍ଦିର ପ୍ରବେଶ ଓ ୩ ତାରିଖରେ ପୂର୍ଣ୍ଣାହୂତି ,ବାର୍ଷିକ ଉତ୍ସବ ସହ ପ୍ରସାଦସେବନ କାର୍ଯ୍ୟକ୍ରମ ରହିଥିବା ମାଁ ମହାମାୟୀ ମନ୍ଦିର ପ୍ରତିଷ୍ଠା କମିଟି ପକ୍ଷରୁ ସୂଚନା ମିଳିଛି ।
ମହାମାୟୀ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା
