Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହ ପ୍ରସ୍ତାବକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ମୃତ ୩ ଆହତ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ମଳିକମୁଣ୍ଡା ଗାଁରେ ବିବାହ ପ୍ରସ୍ତାବକୁ କେନ୍ଦ୍ର କରି ଘଟିଛି ଏକ ରକ୍ତାକ୍ତ ଘଟଣା। ଅଭିଯୋଗ ଅନୁସାରେ, ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣେ ଯୁବକଙ୍କ ସହ ଝିଅର ବିବାହ କରିବାକୁ ମନା କରିବାରୁ ଉତ୍ତେଜିତ ହୋଇ ଅଭିଯୁକ୍ତ ଠେଙ୍ଗାରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ବିନୋଦ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପାଟଣାଗଡ଼ ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଏହି ଘଟଣାରେ ତୁରେକେଲା ବ୍ଲକ୍ ରାମୁଡ଼ ଗାଁର ସୁରେନ୍ଦ୍ର ସାହୁଙ୍କ ନାମରେ ଅଭିଯୋଗ ହୋଇଛି।

ଘଟଣା ପରେ ଅଭିଯୁକ୍ତ ସୁରେନ୍ଦ୍ର ସାହୁ ଏବଂ ତାଙ୍କ ମାଆ ଫେରାର ଥିବା ସୂଚନା ମିଳିଛି। ପାଟଣାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ