ମୁକୁଳା ଡ୍ରେନ୍ରେ ଭାସିଗଲେ ଯୁବକ; ବାଣୀବିହାର କେନାଲରେ ଜାରି ରହିଛି ଉଦ୍ଧାର ଅଭିଯାନ
ଭୁବନେଶ୍ୱରର ବାଣୀବିହାର ନିକଟରେ ଏକ ଅଘଟଣ ଘଟିଛି। ମୁକୁଳା ଡ୍ରେନ୍ରେ ଭାସି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣା ପରେ ତୁରନ୍ତ ଓଡ୍ରାଫ୍, ଏନଡିଆରଏଫ୍ ଏବଂ ସ୍ଥାନୀୟ ପୁଲିସ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।
ଶନିବାର ମଧ୍ୟାହ୍ନରେ ବାଣୀବିହାର ନିକଟ କେନାଲରେ ଯୁବକ ଭାସିଯାଇଥିବା ଖବର ମିଳିବା ପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଉଦ୍ଧାରକାରୀ ଦଳ ଲାଇଫ୍ ଜ୍ୟାକେଟ୍ ପିନ୍ଧି ପାଣିର ସୁଅ ମଧ୍ୟରେ ଖୋଜାଖୋଜି କରୁଛନ୍ତି। ତେବେ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଭିଯାନ ଚାଲିଥିଲେ ମଧ୍ୟ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିନାହିଁ।
ଏହି ଘଟଣା ୨୦୨୧ ମସିହାର ସେହି ଦୁଃଖଦ ଘଟଣାକୁ ମନେ ପକାଇ ଦେଇଛି, ଯେତେବେଳେ ଜଣେ ନାବାଳକ କେନାଲ ପାଣିରେ ଭାସିଯାଇଥିଲେ। ବର୍ତ୍ତମାନ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଟିମ୍ର ସର୍ଚ୍ଚ ଅପରେସନ ଜାରି ରହିଛି।

