Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିମୁଳିଆରେ ବନ୍ଧୁକ ମୁନରେ ଡକାୟତି; ପରିବାରକୁ ବନ୍ଧକ କରି ଲୁଟିନେଲେ ୨୦ ଲକ୍ଷରୁ ଅଧିକ ସମ୍ପତ୍ତି

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସାଲ ଗ୍ରାମରେ ଏକ ସଶସ୍ତ୍ର ଡକାୟତି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଶୁକ୍ରବାର ରାତିରେ ୫ରୁ ଅଧିକ ଡକାୟତ କରୁଣାକର ଓଝାଙ୍କ ଘରେ ପଶି ପରିବାର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ବନ୍ଧକ କରିଥିଲେ। ଘରେ ଥିବା ସୁନା, ରୂପା ଅଳଙ୍କାର ସହ ପ୍ରାୟ ୧ ଲକ୍ଷ ଟଙ୍କା ନଗଦ ଲୁଟି ଫେରାର ହୋଇଯାଇଥିବା ବେଳେ ମୋଟ ଲୁଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ରାତି ପ୍ରାୟ ୯ଟା ସମୟରେ ଘରେ କେବଳ ବୋହୂ, ଶାଶୁ ଓ ଜଣେ ଛୋଟ ପିଲା ଥିବା ବେଳେ ଡକାୟତମାନେ ଘରେ ପଶିଥିଲେ। ସେମାନେ ପିଲାଟିର ମୁଣ୍ଡରେ ବନ୍ଧୁକ ଲଗାଇ ପରିବାର ସଦସ୍ୟଙ୍କୁ ଧମକ ଦେବା ପରେ ଘରେ ଥିବା ସମସ୍ତ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।

ଖବର ପାଇ ଶନିବାର ସକାଳେ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରଙ୍କୁ ମଧ୍ୟ ତଦନ୍ତରେ ସାମିଲ କରାଯାଇଛି। ନିକଟ ଅତୀତରେ ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ବଢ଼ୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସୁରକ୍ଷା ଓ ଅସନ୍ତୋଷ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories