Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିଟିଲାଗଡ଼ରେ ଆଦିବାସୀ ସଂଘର ମହାମେଳି; ଦାବି ପୂରଣ ପାଇଁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ, ପୁଲିସ ଛାଉଣୀରେ ସହର

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଆଦିବାସୀଙ୍କ ବିଭିନ୍ନ ଦାବିକୁ ନେଇ ଆଜି ବିଶାଳ ରାଲି ଓ ମହାମେଳି ଅନୁଷ୍ଠିତ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟକୁ କ୍ରମାଗତ ଭାବେ ଅବହେଳା କରୁଥିବା ଅଭିଯୋଗ କରି ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନରେ ଶହ ଶହ ଆଦିବାସୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ସମଗ୍ର ଟିଟିଲାଗଡ଼ ସହରକୁ ପୁଲିସ ଛାଉଣୀରେ ପରିଣତ କରାଯାଇଥିଲା।

ସ୍ଥାନୀୟ ହାଟପଦାପଡ଼ାସ୍ଥିତ ଘଣ୍ଟାଶୁନି ମନ୍ଦିରରୁ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଶୋଭାଯାତ୍ରା ବାହାରି ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଟିଟିଲାଗଡ଼ ଆଦିବାସୀ ସଂଘର ସଭାପତି ପଦ୍ମନ ପ୍ରଧାନୀ ଓ ନଗର ସଭାପତି ନିତ୍ୟାନନ୍ଦ ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର, ଶିକ୍ଷା ଓ କଲ୍ୟାଣମୂଳକ ଯୋଜନାକୁ ନେଇ ସରକାରଙ୍କ ବିରୋଧରେ ଅଭିଯୋଗ ଉଠାଇଥିଲେ।

ଆନ୍ଦୋଳନ ସମୟରେ କିଛି ଆନ୍ଦୋଳନକାରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ପ୍ରବେଶ କରିଥିବା ବେଳେ କେତେକଙ୍କ ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆଇନଶୃଙ୍ଖଳା ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମଗ୍ର ଘଟଣା ଉପରେ ପ୍ରଶାସନର ନଜର ରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories