Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିରେ ଯୋଗଦେଲେ ପ୍ରଭାତ ବିଶ୍ୱାଳ, ଶହଶହ ସମର୍ଥକ ସହ ମିଶିଲେ ଦଳରେ

ଭୁବନେଶ୍ୱର: ପୂର୍ବତନ ଚୌଦ୍ୱାର-କଟକ ବିଧାୟକ ତଥା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ରବିବାର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ନିଜର ଶହଶହ ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ଏହାପୂର୍ବରୁ କଟକର ମହାନଦୀ ବିହାରସ୍ଥିତ ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବିଜେପି ବ୍ୟାନର ଓ ପତାକା ସହ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିଥିଲେ। ଦୀର୍ଘ ଦିନ ଧରି ବିଜେଡିରେ ସକ୍ରିୟ ଥିବା ପ୍ରଭାତ ବିଶ୍ୱାଳଙ୍କ ଦଳ ପରିବର୍ତ୍ତନକୁ ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି।

ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ଯୋଗଦାନ ପରେ ଚୌଦ୍ୱାର-କଟକ ଅଞ୍ଚଳର ରାଜନୈତିକ ସମୀକରଣ ବଦଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହାର ପ୍ରଭାବ ବିଜେଡିର ସଂଗଠନ ଉପରେ କେତେ ପଡ଼ିବ ଏବଂ ଆଗାମୀ ଦିନରେ ସ୍ଥାନୀୟ ରାଜନୀତି କେଉଁ ଦିଗକୁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories