Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୧ ଦିନ ପରେ ମିଳିଲା ନିଖୋଜ ଟ୍ରଲର ‘ଜୟ ମା’ କାଳୀ’; ସମୁଦ୍ରରୁ ୯ ମୃତଦେହ ଉଦ୍ଧାର

ଜୁଲାଇ ୨ ତାରିଖରୁ ନିଖୋଜ ଥିବା ମାଛଧରା ଟ୍ରଲର ଜୟ ମା’ କାଳୀର ସନ୍ଧାନ ମିଳିଛି। ପଶ୍ଚିମବଙ୍ଗର କାକଦ୍ୱୀପ ବକଖାଲିଠାରୁ ପ୍ରାୟ ୧୬ କିଲୋମିଟର ଦୂର ରକ୍ତେଶ୍ୱର ଚଡ଼ ନିକଟରେ ସମୁଦ୍ର ଭିତରେ ଟ୍ରଲରଟି ଓଲଟି ପଡ଼ିଥିବା ଅବସ୍ଥାରେ ଠାବ କରାଯାଇଛି। ଉଦ୍ଧାର ସମୟରେ ଟ୍ରଲର ଭିତରୁ ୯ ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ତଲାସି ଜାରି ରହିଛି।

ସୂଚନା ଅନୁଯାୟୀ, ଦୀଘା ଶଙ୍କରପୁର ଜେଟିରୁ ଟ୍ରଲରଟି ୧୬ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଇଲିଶି ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲା। ସେମାନଙ୍କ ମଧ୍ୟରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଲୁଡ଼ା ଗାଁର ତିନି ଭାଇ ମଧ୍ୟ ଥିଲେ। ୧୧ ଦିନ ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ସମୁଦ୍ରରେ ଟ୍ରଲରଟିକୁ ଓଲଟି ପଡ଼ିଥିବା ଦେଖି ପଶ୍ଚିମବଙ୍ଗର ଗୋବର୍ଦ୍ଧନପୁର ସୀତାରାମ ଅଞ୍ଚଳକୁ ଟାଣି ଆଣିଥିଲେ। ପରେ ଟ୍ରଲର ଭିତରେ ତଲାସି ବେଳେ ପର୍ଯ୍ୟାୟକ୍ରମେ ୯ଟି ମୃତଦେହ ଉଦ୍ଧାର କରାଯାଇଥିଲା।

ଘଟଣା ପରେ ଅନ୍ୟ ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନରେ ସମୁଦ୍ରର ବିଭିନ୍ନ ଅଞ୍ଚଳରେ ବ୍ୟାପକ ତଲାସି ଅଭିଯାନ ଚାଲିଛି। ବିଶେଷକରି ବାଲେଶ୍ୱରର ଭୋଗରାଇ ବ୍ଲକର ଉଲୁଡ଼ା ଗାଁର ରବୀନ୍ଦ୍ର ମାଝୀ, ଜଗନ୍ନାଥ ମାଝୀ ଓ ଜୟରାମ ମାଝୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିବାରୁ ସେମାନଙ୍କ ପରିବାରରେ ଶୋକ ଓ ଉଦ୍ବେଗର ପରିବେଶ ସୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ