Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନବସର ପରେ ଆଜି ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ; ଶ୍ରୀକ୍ଷେତ୍ରରେ ଭକ୍ତିର ମହାସମାଗମ

ପୁରୀ: ଅନବସରର ୧୫ ଦିନିଆ ବିରତି ପରେ ଆଜି ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା। ଏହି ବିରଳ ଦର୍ଶନ ପାଇଁ ସକାଳୁ ହିଁ ପୁରୀ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ବଡ଼ଦାଣ୍ଡରୁ ଆରମ୍ଭ କରି ଶ୍ରୀମନ୍ଦିର ପରିସର ପର୍ଯ୍ୟନ୍ତ ଭକ୍ତଙ୍କ ଧାଡ଼ି ଲମ୍ବିଛି | ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନିରେ ସମଗ୍ର ଶ୍ରୀକ୍ଷେତ୍ର ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଛି।

ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଅସୁସ୍ଥ ହୋଇ ଅନବସର ଘରେ ରହିଥିଲେ । ଏହି ସମୟରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଥିଲା ରହିଥିଲା ଏବଂ ଗୁପ୍ତ ନୀତିକାନ୍ତି ରେ ପୂଜା ଆରାଧନା କରାଯାଉଥିଲା |। ଆଜି ଅନବସର ଶେଷ ହେବା ପରେ ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କରିବାର ସୁଯୋଗ ପାଇବେ |

ନୀତିକାନ୍ତିର ବହୁଳତା କାରଣରୁ ଆଜି ଦର୍ଶନ ସମୟ ସୀମିତ ରହିଛି। ଅପରାହ୍ନ ପ୍ରାୟ ୩ଟା ପରେ ମାତ୍ର ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପରିମାଣିକ ଓ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ପୃଥକ ପ୍ରବେଶ ବ୍ୟବସ୍ଥା କରିଛି। ସାଧାରଣ ଭକ୍ତମାନେ ସିଂହଦ୍ୱାର ଦେଇ ଏବଂ ପରିମାଣିକ ଦର୍ଶନାର୍ଥୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ।

ଏହାସହ ନବଯୌବନ ଦର୍ଶନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ସୁଚାରୁ ଭାବେ ନବଯୌବନ ଦର୍ଶନ ପାଇଁ ପୋଲିସ, ପ୍ରଶାସନ ଏବଂ ସେବାୟତମାନେ ସଜାଗ ରହିଛନ୍ତି । ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପାଖରେ ବ୍ୟାପକ ପୋଲିସ ମୁତୟନ ସହ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି | ନବଯୌବନ ଦର୍ଶନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories