Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକାଙ୍କ ଫ୍ଲାଟରୁ ଖସି ପଳାଇବା ବେଳେ ୧୦ମ ମହଲାରୁ ପଡ଼ି ନାବାଳକଙ୍କ ମୃତ୍ୟୁ!

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପ୍ରେମିକାଙ୍କ ଘରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଜଣେ ୧୬ ବର୍ଷୀୟ ନାବାଳକ ୧୦ମ ମହଲାରୁ ତଳକୁ ଖସିପଡ଼ି ପ୍ରାଣ ହରାଇଛନ୍ତି। ମୃତ ନାବାଳକ ଓ ତାଙ୍କ ପ୍ରେମିକା ଉଭୟ ଭୁବନେଶ୍ୱରର ଏକ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବୋଲି ସୂଚନା ମିଳିଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଝିଅର ମା’ ଘରେ ନଥିବା ସମୟରେ ନାବାଳକ ଜଣକ ଫ୍ଲାଟକୁ ଯାଇଥିଲେ। କିନ୍ତୁ ଝିଅ ଅସୁସ୍ଥ ଥିବାରୁ ତାଙ୍କ ମା’ ଅଫିସରୁ ଶୀଘ୍ର ଫେରି ଆସିଥିଲେ। ଏହାପରେ ନାବାଳକ ଜଣକ ବାଥରୁମ୍‌ରେ ଲୁଚି ଯାଇଥିଲେ। ସନ୍ଦେହ ହେବାରୁ ଝିଅର ମା’ ବାଥରୁମ୍ କବାଟ ବାଡ଼େଇବା ପରେ ସେ ବାଥରୁମ୍ ଝରକା ଦେଇ ବାହାରକୁ ବାହାରି ପାଇପ୍ ଧରି ତଳକୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସନ୍ତୁଳନ ହରାଇ ନାବାଳକ ଜଣକ ୧୦ମ ମହଲାରୁ ତଳକୁ ଖସିପଡ଼ିଥିଲେ।

ଏହାପରେ ଏକ ପ୍ରଚଣ୍ଡ ଜୋରେ ଶବ୍ଦ ଶୁଣି ଆପାର୍ଟମେଣ୍ଟ କର୍ମଚାରୀମାନେ ଘଟଣାସ୍ଥଳକୁ ଦୌଡ଼ି ଆସି ନାବାଳକଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଥିବା ବେଳେ ସିସିଟିଭି ଫୁଟେଜ୍ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଏନେଇ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories