Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ

ଭୁବନେଶ୍ୱର: ଓଡ଼ିଶା ଗଣଶିକ୍ଷା ବିଭାଗର ପାଠ୍ୟପୁସ୍ତକରେ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ବଡ଼ ପଦକ୍ଷେପ ନେଇଛି। ଏସସିଇଆରଟି (SCERT)ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ପଚରାଉଚରା ପରେ ମଙ୍ଗଳବାର ଗିରଫ କରାଯାଇଛି। ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟିକୁ ନେଇ ରାଜ୍ୟବ୍ୟାପୀ ସମାଲୋଚନା ହେବା ପରେ ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା।

ଚାରିଆଡ଼ୁ ତୀବ୍ର ପ୍ରତିକ୍ରିୟା ଦେଖାଦେବା ପରେ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ତଦନ୍ତ ଆରମ୍ଭ କରି କ୍ରାଇମବ୍ରାଞ୍ଚ ପ୍ରଥମେ ମନୋଜ ପାଢ଼ୀଙ୍କୁ ପଚରାଉଚରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ମନୋଜ ପାଢ଼ୀଙ୍କ ସହ ଅନ୍ୟ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ କରାଯାଇଥିଲା।

ଏହାସହ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମନୋଜ ପାଢ଼ୀଙ୍କ ଗିରଫ ପରେ ଏହି ମାମଲାରେ ନିଲମ୍ବିତ ଅନ୍ୟ ଅଧିକାରୀଙ୍କ ଭୂମିକାକୁ ନେଇ ତଦନ୍ତ ଆହୁରି ଜୋରଦାର ହେବ ବୋଲି ଆଶା କରାଯାଉଛି। ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଯାଞ୍ଚ ପ୍ରକ୍ରିୟାରେ କିପରି ଏତେ ବଡ଼ ତ୍ରୁଟି ହେଲା, ସେନେଇ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ