Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସିଲେଇ ଶିକ୍ଷଣ ପ୍ରମାଣ ପତ୍ର ପ୍ରଦାନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ପଂଚମହଲା ପଂଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ସ୍କିଲ ଇଣ୍ଡିଆ ଯୋଜନାରେ ପ୍ରଶିକ୍ଷଣ ଗ୍ରହଣ କରିଥିବା ଯୁବତୀ ଓ ମହିଳା ମାନଙ୍କୁ ସିଲେଇ ଶିକ୍ଷଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ସୁବର୍ଣ୍ଣପୁର ଜନ ଶିକ୍ଷଣ ସଂସ୍ଥାନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଜି -୨୦ ଏବଂ ଜନ ଭାଗିଦାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମାହାର ଏବଂ ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଉରୁକ୍ରମ ପାଣ୍ଡିଆ ଯୋଗଦେଇ ସିଲେଇ ତାଲିମ ଗ୍ରହଣ କରିଥିବା ୬୦ ଜଣ ମହିଳା ଓ ଯୁବତୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଜନ ସଚେତନତା ମାରାଥନ, ସାଇକେଲ ଶୋଭାଯାତ୍ରା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୁବର୍ଣ୍ଣପୁର ର ଜନ ଶିକ୍ଷଣ ସଂସ୍ଥାନର ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ସୂର୍ଯ୍ୟକାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତ୍ରିନାଥ ସାହୁ, ପ୍ରେମାନନ୍ଦ ମଙ୍ଗରାଜ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସିଲେଇ ତାଲିମ ଦାତା ମୈଥିଲୀ ତନ୍ତୀ ଧନ୍ୟବାଦ ଦେଇଥିଲେ ।