Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଠ୍ୟପୁସ୍ତକ ବିଭ୍ରାଟ ମାମଲାରେ କ୍ରାଇମବ୍ରାଞ୍ଚର କଡ଼ା ପଦକ୍ଷେପ; ଆଉ ୩ ଅଧିକାରୀଙ୍କୁ ନୋଟିସ

ଭୁବନେଶ୍ୱର: ପାଠ୍ୟପୁସ୍ତକ ବିଭ୍ରାଟ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ଜୋରଦାର କରିଛି। ଏହି ମାମଲାରେ ଏତଲାରେ ନାମ ଥିବା ଆଉ ତିନିଜଣ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ ଜାରି କରାଯାଇଛି। ନୋଟିସ ଅନୁଯାୟୀ, ସମ୍ପୃକ୍ତ ଅଧିକାରୀମାନଙ୍କୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇ ବୟାନ ରଖିବାକୁ କୁହାଯାଇଛି।

ହାଜରା ସମୟରେ ସେମାନଙ୍କ ବୟାନ ରେକର୍ଡ କରାଯିବା ସହ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାରେ ସେମାନଙ୍କ ଭୂମିକା, ଦାୟିତ୍ୱ ପାଳନ ଏବଂ କୌଣସି ଅବହେଳା କିମ୍ବା ଅନିୟମିତତା ହୋଇଥିଲା କି ନାହିଁ, ସେନେଇ ବିସ୍ତୃତ ଜେରା କରାଯିବ। ତଦନ୍ତର ଅଂଶ ଭାବେ ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକରେ ଚଢ଼ାଉ କରାଯାଇ ଆବଶ୍ୟକ ଦସ୍ତାବିଜ, ଫାଇଲ୍ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଇପାରେ ବୋଲି ସୂଚନା ମିଳିଛି।

କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି ଯେ, ସମ୍ପୃକ୍ତ ଅଧିକାରୀମାନେ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେଲେ କିମ୍ବା ତଦନ୍ତରେ ଅବହେଳା ଅଥବା ଷଡ଼ଯନ୍ତ୍ରର ପ୍ରମାଣ ମିଳିଲେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ। କେବଳ ଏହି ତିନିଜଣ ନୁହେଁ, ପାଠ୍ୟପୁସ୍ତକ ପ୍ରସ୍ତୁତି, ସମ୍ପାଦନା, ଅନୁମୋଦନ ଓ ପ୍ରକାଶନ ପ୍ରକ୍ରିୟାରେ ସମ୍ପୃକ୍ତ ଥିବା ଅନ୍ୟ ଅଧିକାରୀମାନଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ ନୋଟିସ ଜାରି କରାଯିବ। ତଦନ୍ତ ଆଗକୁ ବଢ଼ୁଥିବାରୁ ଆଗାମୀ ଦିନରେ ଆହୁରି ଅନେକ ଅଧିକାରୀଙ୍କୁ ଜେରା ଓ ଅଧିକ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ