Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାମଭିପାଲି ଅଙ୍ଗନୱାଡି କେନ୍ଦ୍ରରେ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ପଡିଛି ତାଲା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ଗ୍ରାମପଞ୍ଚାୟତ ରାମ୍ଭିପାଲି ଗାଁ ଅଙ୍ଗନୱାଡି କେନ୍ଦ୍ରରେ ଦୀର୍ଘ ଦେଢ଼ବର୍ଷ ଧରି ତାଲା ଝୁଲୁଛି l ଆଜି ଗ୍ରାମ ର ୱାର୍ଡ ମେମ୍ବର ସବିତା ବିଶ୍ୱାଳ ଙ୍କ ଉଦ୍ୟମ କ୍ରମେ ସିଡିପିଓ ଜ୍ୟୋସ୍ନାମୟୀ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସି ଙ୍କ ସହ ଆଲୋଚନା କରିଥିଲେ l ଗ୍ରାମ ରେ ରହୁଥିବା ୪୬ ପରିବାର ଙ୍କ ମଧ୍ୟରୁ ଗର୍ଭବତୀ ମହିଳା ଓ ଶିଶୁ ଙ୍କୁ ମିଳୁନାହିଁ ପୃଷ୍ଟିକର ଖାଦ୍ୟ ଓ ସରକାରୀ ସ୍ୱାସ୍ଥ୍ୟ ସେବା ସୁବିଧା l ଆଜି ଗ୍ରାମବାସୀ ମାନେ ଏଭଳି ଅଭିଯୋଗ ଆଣିଥିଲେ l ପରେ ସିଡିପିଓ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଙ୍କୁ ଡକାଇ ସତ୍ୟା ସତ୍ୟ ଜାଣିବା କୁ ଚାହିଁଥିଲେ l ଗ୍ରାମବାସୀ ଉକ୍ତ ଅଙ୍ଗନବାଡି କର୍ମୀ ବିଭିନ୍ନ ଦୁର୍ନୀତି ରେ ଲିପ୍ତ ରହିଥିବା ବେଳେ ରନ୍ଧନ ଖାଦ୍ୟ, ଛତୁଆ ଓ ଅଣ୍ଡା ସଠିକ ଭାବରେ ଦେଉନଥିବା ଅଭିଯୋଗ କରିଥିଲେ l ଅଙ୍ଗନୱାଡି କର୍ମୀ ଙ୍କୁ କାର୍ଯ୍ୟ ରୁ ଅନ୍ତର କରାନଗଲେ ତାଲା ଖୋଲିବୁ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ l ପୂର୍ବରୁ ଏଭଳି ବାରମ୍ବାର ବୈଠକ ବସି କେନ୍ଦ୍ର ଖୋଲିବାକୁ ପ୍ରୟାସ କରି ପ୍ରଶାସନ ବିଫଳ ହୋଇଥିବା ଜଣାଯାଇଛି l ଆଜି ଏହି ଆଲୋଚନା ସମୟରେ କମ୍ଭୁ ବିଶ୍ୱlଳ ଙ୍କ ସମେତ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ l