Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଣିଜ୍ୟ ରେ ଲକ୍ଷ୍ମୀପୁର ର ଛାତ୍ର ଙ୍କ ସଫଳତା

ଲକ୍ଷ୍ମୀପୁର ୦୧.୦୬ …ଗତକାଲି ପ୍ରକାଶ ପାଇଥିବା ଯୁକ୍ତ ୨ ବାଣିଜ୍ୟରେ ଲକ୍ଷ୍ମୀପୁ୍ର ହରିଜନ ସାହି ର ରିତେଶ୍ କୁମାର ସୂଚେନ୍ ୮୮ ପ୍ରତିଶତ ନମ୍ବର ରଖି ଉତିର୍ଣ ହୋଇଛନ୍ତି । ରାୟଗଡା କଲେଜ୍ ରେ ଅଧ୍ୟୟନ କରୁଥିବା ରିତେଶ ସମୁଦାୟ ୬୦୦ ମାର୍କ ରୁ ୫୨୯ ନମ୍ବର ରଖି ରାୟଗଡା ଅଟୋନମସ କଲେଜ୍ ପାଇଁ ତୃତୀୟ ସ୍ତାନ ଅଧିକାର କରିଛନ୍ତି।ସେ ଜଣେ ମେଧାବି ଛାତ୍ର ହୋଇଥିବା ବେଳେ ଲକ୍ଷ୍ମୀପୁର ସାଙ୍ଗାନ୍ନା ହାଇସ୍କୁଲ ରେ ପାଠ ପଢି ମାଟ୍ରିକରେ ମଧ୍ୟ ଏ ୧ ଗ୍ରେଡ୍ ରେ ଉତିର୍ଣ ହୋଇଥିଲେ।ଏହି ସଫଳତା ପଛରେ ମହାବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ଙ୍କ ସମେତ ମାତାପିତା ଙ୍କ ଆଶିର୍ବାଦ ରହିଥିବା ସେ କହିଛନ୍ତି।ଆଗକୁ ଚାଟାର୍ଡ ଆକାଉଣ୍ଟ ପାଠ ପଢିବେ ବୋଲି ସେ କହିଛନ୍ତି।ମେଧାବୀ ରିତେଶ୍ ଲକ୍ଷ୍ମୀପୁର ନିବାସି ମନୋଜ ସୂଚେନ ଓ ଚଞ୍ଚଳା ସୂଚେନ ଙ୍କ ପୁତ୍ର ଅଟନ୍ତି।ତାଙ୍କର ଏହି ସଫଳତା ପରେ ଅନେକ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଚା ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ