Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବ୍ଲକରେ ବିଜୁଳି ସମସ୍ୟା ;.ଅଧିକାଂଶ ସମୟ ପାୱାରକଟ୍ ଭଳି ସମସ୍ୟା

ଲକ୍ଷ୍ମୀପୁର ୦୧.୬ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦରରେ ବିଜୁଳି ସମସ୍ୟା ଏକ ନିତିଦିନିଆ ଘଟଣା ହୋଇଗଲାଣି। ବର୍ତମାନ ଟାଟା ଅଧିନକୁ ଗଲା ପରଠୁ ସବୁଠୁ ଅଧିକ ବିଜୁଳି ସମସ୍ୟା ଦେଖା ଦେଇଛି।ବ୍ଲକ ସଦରରେ ଏବେ ପ୍ରଵଳ ଗରମ ଅନୁଭୁତି ହେଉଥିବା ବେଳେ ଲୋକେ ବାହାରକୁ ଜାଇ ପାରୁ ନାହାନ୍ତି କି ଘରେବି ରହି ପାରୁ ନାହାନ୍ତି।ଅଧିକାଂସ ସମୟ ବିଜୁଳି ଏଠି ଫେଲ ରହୁଚି।ବୁଧବାର ବିଳମ୍ବିତ ରାତିରେ ପ୍ରାୟ ଅଢେଇ ଘଣ୍ଟା ବିଜୁଳି ଫେଲ ରହି ରାତି ସାଢେ ଦୁଇଟାରେ ଆସିଥିଲା।ଅତ୍ୟଧିକ ଗରମରେ ଅଢେଇ ଘଣ୍ଟା ଧରି ବ୍ଲକ ବାସିନ୍ଦା ହଇରାଣ ହରକତର ସମୁଖିନ ହୋଇଥିଲେ।ଖବର ନେବାରେ ଜଣା ପଡିଥିଲାକି ରାମ ମନ୍ଦିର ପାଖରେ ଏକ ନିଳଗିରି ଗଛର ଡାଳ ବିଜୁଳି ତାର ଉପରେ ପଡି ସମସ୍ୟା ଉପୁଜି ଥିଲା।ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ୱାୟାର ଯାଇଥିବା ସ୍ଥାନ ମାନଙ୍କରେ କେଉଁଠି ଗଛ ଲାଗି ରହିବାର ସମ୍ଭାବନା ରହିଛି ତାହାକୁ ଆଗରୁ କାଟିକି ସଫା କରୁନଥିବା କାରଣରୁ ଏପରି ବାରମ୍ବାର ବିଜୁଳି ସମସ୍ୟା ହେଉଥିବା ଅନୁମାନ କରାଯାଇଛି। ଆଜିକାଲି ସମସ୍ତ କାର୍ଯ୍ୟ ଅନଲାଇନ୍ ସହ ଛାତ୍ର ଛାତ୍ରୀ ଙ୍କ ଅନଲାଇନ୍ ଫର୍ମଫିଲଫ୍ ଚାଲିଥିବା ବେଳେ ବିଦ୍ୟୁତ ସମସ୍ୟା ଯୋଗୁଁ ସମସ୍ତେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି। ବ୍ୟବସାୟୀ ମାନେ ମଧ୍ୟ କମରସିଆଲ୍ ଲାଇନ ନେଇଥିବା ବେଳେ ବିଦ୍ୟୁତ ଅନେକ ସମୟ ରହୁ ନଥିବା କାରଣରୁ ଫ୍ରିଜ୍ ଗୁଡିକ ଚାଲୁନଥିବା କାରଣରୁ ଥଣ୍ଡା ପାନୀୟ ଠାରୁ ଆରମ୍ଭ କରି ଲସି ଆଇସକ୍ରିମ୍ ବିକ୍ରୟ କରିବାରେ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି ।ବିଭିନ୍ନ କାରଣରୁ ଅଧିକାଂସ ସମୟ ବ୍ଲକ ସଦରରେ ବିଜୁଳି ସମସ୍ୟା ଦେଖା ଦେଉଥିବା ବେଳେ ଶକ୍ତି ମନ୍ତ୍ରୀ କହୁଛନ୍ତି ଓଡିଶାର ସମସ୍ତ ଜିଲ୍ଲାରେ ୨୩ ଘଣ୍ଟା ବିଜୁଳି ମିଳୁଛି।ପ୍ରକୃତରେ ମନ୍ତ୍ରୀ ବୋଧେ ଠିକ୍ ଭାବେ ଜାଣି ନାହାନ୍ତି। ଗୋଟିଏ ରାତି କୋରାପୁଟ ଜିଲ୍ଲାରେ ଶକ୍ତି ମନ୍ତ୍ରୀ ଯଦି କଟାଇ ଥାନ୍ତେ ତେବେ ବିଜୁଳି କେତେ ଘଣ୍ଟା ଏଠି ମିଳୁଛି ତାହା ଜାଣି ପାରନ୍ତେ ବୋଲି ସାଧାରଣରେ ମତ ପ୍ରକାସ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ