Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ସୋନୁ ନିଗମଙ୍କ ଫଟୋ ଭାଇରାଲ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ପୂଜାର୍ଚ୍ଚନା କରୁଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ମନ୍ଦିର ଭିତରେ ଫଟୋ ଉଠାଇବା ଉପରେ କଟକଣା ଥିବା ସତ୍ତ୍ୱେ ଏହି ଫଟୋ କିପରି ବାହାରକୁ ଆସିଲା, ତାହାକୁ ନେଇ ସେବାୟତ, ଶ୍ରଦ୍ଧାଳୁ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ପୁରୀ ରଥଯାତ୍ରାରେ ଯୋଗଦେବା ପରେ ସୋନୁ ନିଗମ ଓ ତାଙ୍କ ଭଉଣୀ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେମାନେ ପ୍ରାୟ ଅଧଘଣ୍ଟା ଧରି ମନ୍ଦିରରେ ରହି ପୂଜାର୍ଚ୍ଚନା କରିଥିଲେ। ଏହାପରେ ଗର୍ଭଗୃହରେ ପୂଜା କରୁଥିବା ସମୟର ଏକ ଫଟୋ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିଲା।

ମନ୍ଦିର ପରିସରକୁ ମୋବାଇଲ କିମ୍ବା କ୍ୟାମେରା ନେବା ଏବଂ ଫଟୋ ଉଠାଇବା ନିଷିଦ୍ଧ ଥିବାରୁ ଏହି ଫଟୋ କିଏ ଓ କେଉଁ ପରିସ୍ଥିତିରେ ଉଠାଇଲା, ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ସାଧାରଣ ଭକ୍ତଙ୍କ ପାଇଁ ଗୋଟିଏ ନିୟମ ଏବଂ ଭିଭିଆଇପିଙ୍କ ପାଇଁ ଅଲଗା ବ୍ୟବସ୍ଥା ରହିଥିବା ଅଭିଯୋଗ ମଧ୍ୟ ହେଉଛି। ତେବେ ଏହି ଘଟଣା ସମ୍ପର୍କରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ଆସିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ