ବୀରମହାରାଜପୁର ରେ ଅମଲାମଞ୍ଚର କଲମ ଛାଡ ଆନ୍ଦୋଳନ

ବୀରମହାରାଜପୁର : ରାଜ୍ୟ ସ୍ତରୀୟ ଅମଳା ସଙ୍ଘ ର ଆହ୍ବାନ କ୍ରମେ ମିଳିତ ଜିଲ୍ଲା ସ୍ତରୀୟ ଅମଲା ସଙ୍ଘ ବୀରମହାରାଜପୁର ଶାଖା ତରଫରୁ ଗୁରୁବାର ଉପ-ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଆନ୍ଦୋଳନ କରିଛନ୍ତି । ସର୍ବନିମ୍ନ ଦରମା ଲେଭେଲ ୪ ରୁ ଲେବେଲ ୯ କୁ ବୃଦ୍ଧି ପାଇଁ ଧାରଣା ଦେଇଛନ୍ତି ।
ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସମସ୍ତ ଅମଲା କର୍ମଚାରି ସାମୁହିକ ଛୁଟି ରେ ରହିବା ସହିତ ଧାରଣା ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି। ଏହି ଧାରଣା ରେ ଆକ୍ସନ କାଉନସିଲ ଅଧ୍ୟକ୍ଷ ଶିବନାରାୟଣ ଦାସ, ସଦସ୍ୟ ଜଗଜିତ ନାଏକ, ରମେଶ ନାଗ,ତିର୍ଥ ବେହେରା, କୈଳାସ ପାଢି,ରଞ୍ଜିତ ସିଂ, ରାଜନାରାୟଣ ମହାନ୍ତି, ପ୍ରଜ୍ଞା ପ୍ରକାଶ ପଣ୍ଡା, ସତ୍ୟ ନାରାୟଣ ମେହେର, ସତ୍ୟ ପ୍ରକାଶ ମିଶ୍ର ପ୍ରମୁଖ ଙ୍କ ସହିତ ଅମଲା ମଞ୍ଚର ସମସ୍ତ ସଦସ୍ୟ ଧାରଣା ରେ ବସିଛନ୍ତି।