Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକାମ୍ର ପାର୍କରେ ପ୍ରେମୀଯୁଗଳଙ୍କୁ ହଟହଟା, ବାଇକରୁ ତେଲ ଚୋରି; ଠେଲି ଠେଲି ଫେରିଲେ ପ୍ରେମିକ

ଭୁବନେଶ୍ୱର: ଭୁବନେଶ୍ୱରର ଏକାମ୍ର ପାର୍କ ନିକଟରେ ଏକ ଅଭିନବ ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପାର୍କକୁ ବୁଲିବାକୁ ଆସିଥିବା ଏକ ପ୍ରେମୀଯୁଗଳଙ୍କ ବାଇକରୁ ଦୁର୍ବୃତ୍ତମାନେ ତେଲ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଫଳରେ ପାର୍କରୁ ବାହାରିବା ପରେ ବାଇକ୍ ଷ୍ଟାର୍ଟ ନ ହେବାରୁ ପ୍ରେମିକଙ୍କୁ ବାଇକ୍ ଠେଲି ନେବାକୁ ପଡ଼ିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ୪ଟା ବେଳେ ପ୍ରେମୀଯୁଗଳ ବାଇକ୍‌ଟିକୁ ପାର୍କ ଗେଟ୍ ନିକଟରେ ରଖି ଭିତରକୁ ଯାଇଥିଲେ। ପ୍ରାୟ ଘଣ୍ଟାଏ ପରେ ବାହାରି ବାଇକ୍ ଚଳାଇବା ସମୟରେ କିଛି ଦୂର ଯିବା ପରେ ହଠାତ୍ ବାଇକ୍ ବନ୍ଦ ହୋଇଯାଇଥିଲା। ପ୍ରେମିକ ଶହେରୁ ଅଧିକ ଥର କିକ୍ ମାରିଥିଲେ ମଧ୍ୟ ବାଇକ୍ ଷ୍ଟାର୍ଟ ହୋଇନଥିଲା। ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଦୁଇ ଯୁବକ ସାହାଯ୍ୟ କରିଥିଲେ, କିନ୍ତୁ ସେମାନଙ୍କ ଚେଷ୍ଟା ମଧ୍ୟ ବିଫଳ ହୋଇଥିଲା।

ପରେ ବାଇକ୍ ଯାଞ୍ଚ କରିବାବେଳେ ତେଲ ପାଇପ୍ କଟାଯାଇଥିବା ଜଣାପଡ଼ିଥିଲା। ଦୁର୍ବୃତ୍ତମାନେ ପାଇପ୍ କାଟି ବାଇକର ସମସ୍ତ ତେଲ ଚୋରି କରି ନେଇଥିବା ସନ୍ଦେହ କରାଯାଉଛି। ଘଟଣା ପରେ ପ୍ରେମୀଯୁଗଳ ପାର୍କ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ। ତେବେ ପାର୍କକୁ ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ଆସୁଥିବାରୁ ସମସ୍ତ ଗାଡ଼ି ଉପରେ ନଜର ରଖିବା ସମ୍ଭବ ନୁହେଁ ବୋଲି କର୍ମଚାରୀମାନେ କହିଥିଲେ। ଶେଷରେ ନିରାଶ ହୋଇ ପ୍ରେମୀଯୁଗଳ ବାଇକ୍‌ଟିକୁ ଠେଲି ଠେଲି ସେଠାରୁ ଫେରିଥିଲେ। ଏହି ଘଟଣା ଏକାମ୍ର ପାର୍କ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories