Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ୍‌ରେ ସୁପ୍ରିମକୋର୍ଟଙ୍କ ରୋକ, ରଥଯାତ୍ରା ନ ସରିବା ପର୍ଯ୍ୟନ୍ତ ମୁକ୍ତିଲାଭ ନାହିଁ

ନୂଆଦିଲ୍ଲୀ:‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମର ମୁକ୍ତିଲାଭ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶକୁ କାଏମ ରଖି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ରଥଯାତ୍ରା ସମାପ୍ତ ନହେବା ପର୍ଯ୍ୟନ୍ତ ଏହି ଫିଲ୍ମ ମୁକ୍ତିଲାଭ କରିପାରିବ ନାହିଁ। ଏନେଇ ରାଜ୍ୟର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଜୁଲାଇ ୧୭ରେ ଫିଲ୍ମଟି ରିଲିଜ୍ ହେବାକୁ ଥିବା ସମୟରେ ଏବେ ସ୍ଥଗିତ ରଖାଯାଇଛି |

ଫିଲ୍ମରେ ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି, ରୀତିନୀତି ଓ ପରମ୍ପରାକୁ ବିକୃତ ଭାବେ ଉପସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ ସାହୁ ଆଦାଲତରେ ପିଟିସନ୍ ଦାଖଲ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ପକ୍ଷ ରଖିଥିବାବେଳେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ।

ଏହାପୂର୍ବରୁ ଓଡ଼ିଶା ହାଇକୋର୍ଟ ମଧ୍ୟ ଫିଲ୍ମର ମୁକ୍ତିଲାଭ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ଫିଲ୍ମର କିଛି ଦୃଶ୍ୟ, ସଂଳାପ ଓ ଘଟଣା ଶ୍ରୀଜଗନ୍ନାଥ ସଂସ୍କୃତି, ଶାସ୍ତ୍ର ଏବଂ ପରମ୍ପରା ସହ ସଙ୍ଗତିପୂର୍ଣ୍ଣ ନୁହେଁ ଏବଂ ଏହା ଭକ୍ତମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇପାରେ। ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories