Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଠ୍ୟପୁସ୍ତକ ତ୍ରୁଟି ମାମଲା: OSEPA, SCERT ଓ ମୁଦ୍ରଣାଳୟରେ କ୍ରାଇମବ୍ରାଞ୍ଚର ଛାନଭିନ୍; ଉଠିଲା ଦୁର୍ନୀତିର ଅଭିଯୋଗ

ଭୁବନେଶ୍ୱର: ରାଜ୍ୟର ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଚାଲିଥିବା ତଦନ୍ତକୁ କ୍ରାଇମବ୍ରାଞ୍ଚ ଆହୁରି ତୀବ୍ର କରିଛି। ଶୁକ୍ରବାର କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ଏକକାଳୀନ ଭାବେ SCERT, OSEPA ଏବଂ ପାଠ୍ୟପୁସ୍ତକ ମୁଦ୍ରଣ ଓ ବିକ୍ରୟ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଦସ୍ତାବେଜ ଯାଞ୍ଚ କରିଛି। ଟିମ୍ ପାଠ୍ୟପୁସ୍ତକ ମୁଦ୍ରଣାଳୟର ନିର୍ଦ୍ଦେଶକଙ୍କୁ ପଚରାଉଚରା କରିବା ସହ ପ୍ରାୟ ଦୁଇ ଘଣ୍ଟା ଧରି ବିଭିନ୍ନ ରେକର୍ଡ ଏବଂ କାଗଜପତ୍ର ଯାଞ୍ଚ କରିଥିବା ସୂଚନା ମିଳିଛି।

ଏହି ସମୟରେ ପାଠ୍ୟପୁସ୍ତକ ମୁଦ୍ରଣ ଓ ବିକ୍ରୟ କାର୍ଯ୍ୟାଳୟର ପୂର୍ବତନ ସିନିୟର ଅଫସେଟ୍ ଅପରେଟର ପ୍ରଦୀପ କୁମାର ମିଶ୍ର ମୁଦ୍ରଣ ପ୍ରକ୍ରିୟାକୁ ନେଇ ଏକାଧିକ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବାନୁସାରେ, ମୁଦ୍ରଣାଳୟରେ ପ୍ରୁଫ୍ ରିଡର ନଥିବାରୁ ପ୍ରୁଫ୍ ରିଡିଂ ବିନା ହିଁ ପାଠ୍ୟପୁସ୍ତକ ଛପାଯାଇଥିଲା। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ପ୍ରୁଫ୍ ରିଡରଙ୍କଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ପଦୋନ୍ନତି ଦିଆଯାଇଥିଲା। ଏହା ସହ ପୁରୁଣା ମେସିନ୍‌କୁ କମ୍ ଦାମରେ କିଣି କୋଟି କୋଟି ଟଙ୍କାର ଅନିୟମିତତା ହୋଇଥିବା ଦାବି ମଧ୍ୟ ସେ କରିଛନ୍ତି।

ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ଏପର୍ଯ୍ୟନ୍ତ ପ୍ରମାଣ ହୋଇନାହିଁ। କ୍ରାଇମବ୍ରାଞ୍ଚ ସମସ୍ତ ଦସ୍ତାବେଜ, ପ୍ରମାଣ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନକୁ ଆଧାର କରି ତଦନ୍ତ ଜାରି ରଖିଛି। ତଦନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ହିଁ ପାଠ୍ୟପୁସ୍ତକ ତ୍ରୁଟି ଏବଂ ଦୁର୍ନୀତି ସମ୍ପର୍କିତ ଅଭିଯୋଗର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ