Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବୀରମହାରାଜପୁର ରେ ଜମି ଜାଲିଆତି କାରବାର; ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଜଣେ ଜାଲ ଜମି ବିକ୍ରେତା ଗିରଫ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲରେ ଆନେକ ଜମି ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା । କିଛି ଅସାଧୁ କର୍ମଚାରୀ ଓ ଦଲାଲ ମାନେ ଏହି ଜାଲିଆତି କାର୍ଯ୍ୟରେ ସମ୍ପୃକ୍ତ ଥିବା ୨୦୧୯ ମସିହାରେ ଅଭିଯୋଗ ହୋଇଥିଲା। ଉକ୍ତ ଜମି ଜାଲିଆତି ରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତି ଙ୍କୁ ପୁଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ସୌଦାମିନୀ ଶତପଥି । ତାଙ୍କୁ ବଲାଙ୍ଗୀର ରାଜିବ ନଗର ସ୍ଥିତ ତାଙ୍କ ଘରୁ ଗତ ବିଳମ୍ବିତ ରାତ୍ରିରେ ବୀରମହାରାଜପୁର ପୁଲିସ ଗିରଫ କରିଛି।ଆଜି ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭଗୀୟ ହାଜତ କୁ ପଠାଇ ଦିଆ ଯାଇଛି। ମିଳିଥିବା ସୁଚନା ଅନୁସାରେ ବୀରମହାରାଜପୁର ଥାନା ମୁର୍ଷୁଣ୍ଢୀ ପଞ୍ଚାୟତ ଯୁଧିଷ୍ଠିରପୁର ଗ୍ରାମର ଜଣେ ଭିନ୍ନକ୍ଷମ ରବୀନ୍ଦ୍ର ମହାରଣା (୫୪) ବାଗବର ଗ୍ରାମର ବାସନ୍ତି ଦାସଙ୍କ ଠାରୁ ମଧୁପୁର ମୌଜା ର ଖାତା ନମ୍ବର ୧୯ ଓ ୨୦ରୁ ପ୍ରାୟ ୮ ଏକର ଜମି ୧ଲକ୍ଷ ୮୦ ହଜାର ଟଙ୍କାରେ ଜମି କିଣିଥିଲେ । କିନ୍ତୁ ପରେ ସେହି ଜମିକୁ ଚଞ୍ଚକତା କରି ବାସନ୍ତି ଦାସଙ୍କ ଝିଅ ସୌଦାମିନୀ ଶତପଥୀ ନିଜ ନାମରେ କରି ବିଶ୍ବ କଲ୍ୟାଣ ପଣ୍ଡାଙ୍କୁ ସେହି ଜମି ତା ୬/୭/୨୦୧୫ରେ ୧ଲକ୍ଷ ୭୮ ହଜାର ୫୦୦ ଟଙ୍କାରେ ବିକ୍ରି କରିଦେଇଥିଲେ।
ଏହା ଜାଣିବା ପରେ ରବୀନ୍ଦ୍ର ମହାରଣା ବୀରମହାରାଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ବୀରମହାରାଜପୁରର ପୋଲିସ କେସ ନଂ ୧୧୭/୨୦୧୯ ରେ ଏକ ମାମଲା ରୁଜୁ କରିଥିଲା। ମାତ୍ର ପୋଲିସ ସଠିକ ତଦନ୍ତ ନ କରିବାରୁ ଅଭିଯୋଗକାରୀ ଲୋକାୟୁକ୍ତ ଓ ମାନବିକ ଅଧିକାର କମିଶନରଙ୍କ ଠାରେ ଅଭିଯୋଗ କରିଥିଲେ । ଏହାପରେ ଲୋକାୟୁକ୍ତ ଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ବିଳମ୍ବିତ ରାତିରେ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇଙ୍କ ନିର୍ଦ୍ଦେଶରେ ଥାନା ଅଧିକାରୀ ପଦ୍ମାସିନି ମେହେର ଙ୍କ ନେତୃତ୍ୱରେ ଏକ ଟିମ୍ ଅଭିଯୁକ୍ତ ସୌଦାମିନୀ ସତପଥି ଙ୍କୁ ବଲାଙ୍ଗୀର ରାଜିବ ନଗର ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି। ଘଟଣାଟି ଜଣା ପଡିବା ପରେ ବୀରମହାରାଜପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଉକ୍ତ ଜମି ଜାଲିଆତି ଘଟଣାରେ ସଂପୃକ୍ତ ଥିବା ତହସିଲ ଅଫିସର କର୍ମଚାରୀମାନଙ୍କ ମନରେ ଛନକା ପସିଛି। ଘଟଣା ପରେ ଏଥିରେ ସଂପୃକ୍ତ କେତେକ କର୍ମଚାରୀ ଫେରାର ଥିବା ସହିତ ଆଉ କେତେକ ଅଫିସ ରୁ ଛୁଟି ନେଇଯାଇଛନ୍ତି।ତେବେ ଏହି ଜାଲିଆତିରେ ସଂପୃକ୍ତ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରିବା ସାଧାରଣରେ ଦାବୀ ହେଉଛି।ସୁଚନାଯୋଗ୍ୟ ବୀରମହାରାଜପୁରର ତହସିଲରେ ଅନେକ ଜମି ଜାଲିଆତି ହୋଇଥିବା ବାରମ୍ବାର ଅଭିଯୋଗ ହେଉ ଥିବାବେଳେ କିଛି ପ୍ରଭାବ ଶାଳୀ ବ୍ୟକ୍ତି ବିଶେଷ ଏଥିରେ ସଂପୃକ୍ତ ଥିବା ଯୋଗୁଁ ତଦନ୍ତ ଆଗକୁ ଯାଇ ପାରୁନାହିଁ । ଏପରିକି ଭିଜିଲାନ୍ସ ବିଭାଗ ରେ ଅନେକ କେସ୍ ପଡ଼ିଥିଲେ ମଧ୍ୟ ତାହା ନାଲି ଫିତା ତଳେ ଚାପି ହୋଇରହିଛି । ତେବେ କିଭଳି ଭାବରେ ଗୋଟିଏ ଜମିକୁ ଦୁଇ ଦୁଇ ବ୍ୟକ୍ତିଙ୍କୁ ଥରେ ମା ଓ ଆଉ ଥରେ ଝିଅ ବିକ୍ରି କଲେ ତାହା ତହସିଲ କାର୍ଯ୍ୟାଳୟର କର୍ମଚାରୀ ଜାଣି ନ ପାରିଲେ ତାହା ତହସିଲ କାର୍ଯ୍ୟାଳୟ ର କାର୍ଯ୍ୟକଳାପ ଉପରେ ପ୍ରଶ୍ନଵାଚୀ ସୃଷ୍ଟି ହୋଇଛି। ଏସମ୍ପର୍କରେ ତଦନ୍ତ କାରୀ ଅଧିକାରୀ ପଦ୍ମାସିନି ମେହେରଙ୍କୁ ପଚାରିବାରୁ ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଅଧିକାରୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି ।