ରଥଯାତ୍ରାରେ ବଢ଼ୁଛି ଭିଡ଼; ଛୋଟଛୁଆ, ବୃଦ୍ଧ ଓ ଅସୁସ୍ଥଙ୍କୁ ନଆସିବାକୁ ଡିଜିପିଙ୍କ ଅପିଲ୍
ପୁରୀ:ପୁରୀ ଶ୍ରୀକ୍ଷେତ୍ରରେ ଚାଲିଥିବା ରଥଯାତ୍ରାକୁ ନେଇ ଭକ୍ତଙ୍କ ସମାଗମ ଲଗାତାର ବଢ଼ୁଛି। ଡିଜିପିଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରାୟ ୪ରୁ ୫ ଲକ୍ଷ ଭକ୍ତ ପୁରୀରେ ପହଞ୍ଚି ସାରିଛନ୍ତି। ସନ୍ଧ୍ୟା ସୁଦ୍ଧା ଆହୁରି ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି।
ଭିଡ଼କୁ ଦୃଷ୍ଟିରେ ରଖି ଡିଜିପି ଛୋଟଛୁଆ, ବୃଦ୍ଧ ଓ ଅସୁସ୍ଥ ବ୍ୟକ୍ତିମାନଙ୍କୁ ରଥଯାତ୍ରା ସ୍ଥଳକୁ ନଆସିବା ପାଇଁ ଅପିଲ୍ କରିଛନ୍ତି। ଭକ୍ତମାନେ ନିଜ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଭିଡ଼ ମଧ୍ୟରେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ଏହାସହ ପୁଲିସ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରିକୁ କଡ଼ାକଡ଼ି ପାଳନ କରିବାକୁ ଡିଜିପି ସମସ୍ତ ଭକ୍ତଙ୍କୁ ଅନୁରୋଧ କରିଛନ୍ତି। ଶୃଙ୍ଖଳା ବଜାୟ ରଖି ପ୍ରଶାସନକୁ ସହଯୋଗ କରିବାକୁ ମଧ୍ୟ ସେ ଆହ୍ୱାନ ଜଣାଇଛନ୍ତି।

