ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଶ୍ରୀଜୀଉମାନଙ୍କ ଆଡପମଣ୍ଡପ ବିଜେ
ପୁରୀ: ରଥଟଣା ସରିଲା! ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗିଲା ମହାପ୍ରଭୁଙ୍କ ତିନି ରଥ । ତାଳଧ୍ୱଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ନିର୍ଦ୍ଧାରିତ ସ୍ଥାନରେ ଲାଗିବା ପରେ ରଥଟଣା ନୀତି ସମ୍ପୂର୍ଣ୍ଣ ହୋଇଛି।
ରଥରେ ବିରାଜମାନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ଦର୍ଶନ କରିବା ପାଇଁ ଶରଧାବାଲିରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ମହାପ୍ରଭୁଙ୍କ ଚକାନୟନ ଦର୍ଶନ କରି ଭକ୍ତମାନେ ଖୁସିରେ ବିଭୋର ହୋଇଥିଲେ | ଆସନ୍ତାକାଲି ଶ୍ରୀଜୀଉମାନଙ୍କ ‘ଆଡପମଣ୍ଡପ ବିଜେ’ ନୀତି ଅନୁଷ୍ଠିତ ହେବ। ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଓଲ୍ହାଇ ଆସି ମହାପ୍ରଭୁ କାଳିଆ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଏହି ନୀତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିଭାବ ଦେଖିବାକୁ ମିଳିଛି।

