Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ସ୍ପେଶାଲ ସ୍କୁଲ ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ; ରାଜ୍ୟବ୍ୟାପୀ ସର୍ଭେ, ବିନା ସ୍ୱୀକୃତି ସ୍କୁଲ ହେବ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଏନ୍‌ଜିଓ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଓ ନିୟମିତକରଣ ଆଣିବାକୁ ରାଜ୍ୟ ସରକାର ନେଇଛନ୍ତି ବଡ ପଦକ୍ଷେପ | ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସ୍‌ଏସ୍‌ଇପିଡି) ବିଭାଗର ସ୍ୱୀକୃତି ବିନା ଚାଲୁଥିବା ସମସ୍ତ ସ୍ପେଶାଲ ସ୍କୁଲକୁ ଚିହ୍ନଟ କରିବା ପାଇଁ ରାଜ୍ୟବ୍ୟାପୀ ସର୍ଭେ କରିବାକୁ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦେଇଛନ୍ତି ନିର୍ଦ୍ଦେଶ | ଏନେଇ ବିଭାଗର ଅତିରିକ୍ତ ସଚିବ ସମସ୍ତ ଜିଲ୍ଲାକୁ ଚିଠି ଲେଖିଛନ୍ତି।

ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ସର୍ଭେରେ ଚିହ୍ନଟ ହେଉଥିବା ବିନା ଅନୁମତିରେ ଚାଲୁଥିବା ସମସ୍ତ ସ୍ୱତନ୍ତ୍ର ବିଦ୍ୟାଳୟକୁ ତୁରନ୍ତ ଏସ୍‌ଏସ୍‌ଇପିଡି ବିଭାଗ ନିକଟରେ ସ୍ୱୀକୃତି ପାଇଁ ଆବେଦନ କରିବାକୁ କୁହାଯିବ। ଆବେଦନ ସହ ସମସ୍ତ ଆବଶ୍ୟକ ଦଲିଲପତ୍ର ଦାଖଲ କରିବା ବାଧ୍ୟତାମୂଳକ ରହିବ। ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଆଇନ-୨୦୧୬ (RPwD Act, 2016) ଅନୁସାରେ ସ୍ୱୀକୃତି ହାସଲ କରିବା ଅନିବାର୍ଯ୍ୟ ବୋଲି ବିଭାଗ ସ୍ପଷ୍ଟ କରିଛି।

ସର୍ଭେ ଶେଷ ହେବା ପରେ ପ୍ରତ୍ୟେକ ଜିଲ୍ଲାରୁ ବିସ୍ତୃତ ରିପୋର୍ଟ ବିଭାଗକୁ ପଠାଯିବ। ସେଥିରେ ବିଦ୍ୟାଳୟର ନାମ, ଠିକଣା, ପରିଚାଳନା କରୁଥିବା ଏନ୍‌ଜିଓର ବିବରଣୀ ଏବଂ ସ୍ୱୀକୃତି ଆବେଦନର ସ୍ଥିତି ଉଲ୍ଲେଖ ରହିବ। ଏହି ରିପୋର୍ଟ ଆଧାରରେ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ। ସ୍ୱୀକୃତି ବିନା ଚାଲୁଥିବା ବିଦ୍ୟାଳୟଗୁଡ଼ିକ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ରାଜ୍ୟରେ ଭିନ୍ନକ୍ଷମ ଶିଶୁମାନଙ୍କୁ ଗୁଣାତ୍ମକ ଶିକ୍ଷା ଓ ପୁନର୍ବାସ ସେବା ସୁନିଶ୍ଚିତ କରିବାକୁ ସରକାର ଗୁରୁତ୍ୱ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories