Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ହକି ବିଶ୍ୱକପ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷିତ! ସାଲିମା ଟେଟେ ଅଧିନାୟିକା, ଓଡ଼ିଶାରୁ ଖେଳିବେ ସୁନେଲିତା

ନୂଆଦିଲ୍ଲୀ: ନେଦରଲାଣ୍ଡ୍ସ ଓ ବେଲଜିୟମରେ ଆସନ୍ତା ଅଗଷ୍ଟ ୧୪ରୁ ୩୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏଫଆଇଏଚ୍‌ ମହିଳା ହକି ବିଶ୍ୱକପ-୨୦୨୬ ପାଇଁ ହକି ଇଣ୍ଡିଆ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଭାରତୀୟ ଦଳର ଅଧିନାୟିକା ଭାବେ ସାଲିମା ଟେଟେଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ସୁନେଲିତା ଟପ୍ପୋ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁ ସ୍ଥିତ ସାଇ କେନ୍ଦ୍ରରେ ମୁଖ୍ୟ ପ୍ରଶିକ୍ଷକ ଜୋଏଡ୍ ମାରିନଙ୍କ ନେତୃତ୍ୱରେ ଚାଲିଥିବା ପ୍ରସ୍ତୁତି ଶିବିର ଓ ନେସନ୍ସ କପ୍‌ର ପ୍ରଦର୍ଶନକୁ ଆଧାର କରି ଏହି ଦଳ ଚୟନ କରାଯାଇଛି।

ଗତ ମାସରେ ନ୍ୟୁଜିଲାଣ୍ଡରେ ଆୟୋଜିତ ନେସନ୍ସ କପ୍‌ ମହିଳା ହକି ଚାମ୍ପିଅନସିପ୍‌ରେ ଭାରତ ଚାମ୍ପିଅନ ହୋଇଥିଲା। ସେହି ସଫଳତା ପରେ ବିଶ୍ୱକପ ପାଇଁ ଦଳ ଉପରେ ଆଶା ରଖିଛି । ବିଶ୍ୱକପରେ ୧୬ଟି ଦଳ ଚାରିଟି ଗ୍ରୁପରେ ବିଭକ୍ତ ହୋଇଥିବାବେଳେ ଭାରତ ଗ୍ରୁପ୍-ଡିରେ ଚୀନ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସହ ସ୍ଥାନ ପାଇଛି। ଭାରତ ଅଗଷ୍ଟ ୧୬ରେ ଚୀନ, ୧୮ରେ ଦକ୍ଷିଣ ଆଫ୍ରିକା ଏବଂ ୨୦ରେ ଇଂଲଣ୍ଡ ବିପକ୍ଷରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ।

ଭାରତୀୟ ଦଳରେ ଗୋଲରକ୍ଷକ ଭାବେ ସବିତା ଓ ବିଚୁ ଦେବୀ ଖାରିବାମ ସ୍ଥାନ ପାଇଛନ୍ତି। ଡିଫେଣ୍ଡର ଭାବେ ଇସିକା ଚୌଧୁରୀ, ସୁଶିଳା ଚାନୁ, ଲାଲଥାନ୍ତୁଲାଗି, ଜ୍ୟୋତି ଓ ଶିଳ୍ପୀ ଦାବାସ ରହିଛନ୍ତି। ମିଡ଼ଫିଲ୍ଡରରେ ନିକ୍କି ପ୍ରଧାନ, ସାକ୍ଷୀ ରାଣା, ସୁନେଲିତା ଟପ୍ପୋ, ସାଲିମା ଟେଟେ, ନେହା ଓ ଦୀପିକା ସୋରେଙ୍ଗଙ୍କୁ ସ୍ଥାନ ମିଳିଛି। ଫରୱାର୍ଡ ବିଭାଗରେ ଲାଲରେମସିଆମି, ଋତୁଜା ପିସାଲ, ନବନୀତ କୌର, ଦୀପିକା, ଇସିକା, ବଲଜିତ କୌର ଓ ବିୟୁଟି ଡୁଙ୍ଗଡୁଙ୍ଗ ଦଳର ଆକ୍ରମଣଭାଗ ସମ୍ଭାଳିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories